Devi(Goddess) -A Poem In Odia Language
B
0
Altın Yaprak
ଦେବୀ
ବୋଉ ତୋର ସିନ୍ଦୁର ଵଲ ଵଲ
ମୁହଁଟି ସତେ କେତେ ସୁନ୍ଦର!
ମୁହଁ ଅନ୍ଧାରରୁ ବାସୀପାଇଟି ସାରିବାରେ
ନଳଫୁଙ୍କା କାଠଚୁଲି ଧୂଆଁରେ
ପାଣି ନିଗିଡି ଆସୁଥାଏ
ତୋ ଆଖିରୁ ନାକରୁ,
ତୋର ନିଘା ନଥାଏ
ତୋ ଚୁଟି ଅଲରା ହୋଇଛି, ନା
ମଥାଟି ସିନ୍ଦୁରନେସା,
ତୁ ଖାଲି ଦେଖୁ ଥାଉ
ପିଲାଙ୍କ ପେଟ ପୁରିଲା ନା ନାହିଁ
କାହା ପାଇଁ କ୍ଷୀର କାହା ପାଇଁ ରୁଟି
କାହା ପାଇଁ ଭାତ କାହାର ପାଉଁରୁଟି
କିଏ ଭଲପାଏ ଚୁନା ମାଛ
କାହାର ଲେଉଟିଆ ଶାଗ
ତୋ ହାତରନ୍ଧା ପ୍ରତିଟି ତିଅଣ
ସତ କି ଅମୃତ!
ଏଇ ଦଶହରା ପାର୍ବଣରେ
ଦେବୀ ମା ର ଦର୍ଶନ କରୁ କରୁ
ତୋର ସିନ୍ଦୁର ନେସା ମୁହଁ ଟି ଝଳି ଉଠେ I
ନାଶି ଦୁଃଖ, କ୍ଳେଶ
ସନ୍ତାନକୁ ବଞ୍ଚାଇ ରଖିବାର
ପ୍ରତିଜ୍ଞାର ଖଡ୍ଗ
ତୋ ହାତରେ ଦିଶୁଥାଏ ଚକ ଚକ I
Bu şiiri puanla
Henüz puan verilmemiş