ପିଲାଦିନ-୧ (Childhood-1)
D
0
Altın Yaprak
ହରିଅଜାଙ୍କ
କଥା ଆଜି କାହିଁକି
ମନେପଡୁଚି.
୧୨ ବର୍ଷ ହେଲା
ହରିଅଜା ଚାଲିଗଲେଣି
ଆର ପାରିକୁ!
ତାଙ୍କଘର ବାଟଦେଇ
ଯିବାକୁ ପିଲା ଦିନେ
ଭାରି ଡ଼ର ମାଡୁଥିଲା
ପଚାରୁଥିଲେ କଡା କଡା ପ୍ରଶ୍ନ!
ମୁଁ ସେତେବେଳେ
ତୃତୀୟ ଶ୍ରେଣୀରେ ପଢୁଥାଏ
ମୋତେ ପଚାରିଲେ କହିଲୁ:
ଦୁଇଟି ସଂଖ୍ୟାର ଗୋଗଫଳ ଏକ
ଆଉ ବିୟୋଗଫଳ ଏକ
ତେବେ ସଂଖ୍ୟା ଦୁଇଟି କେତେ?
କହ କେତେ?
କହିପାରିଲିନି, ବାଜିଲା
ବାଣଫୁଟିଲା ପରି
ଏକ ଥାପୁଡ଼ା!
ଏବେ ଠିଆହେଇଚି
ତାଙ୍କ ଘରସାମ୍ନାରେ
ହରିଅଜାଙ୍କ ସେଇ
କଡା ପ୍ରଶ୍ନର ଉତ୍ତର
ମୋ ପାଖରେ ଅଛି
କିନ୍ତୁ ହରିଅଜା ନାହାନ୍ତି!
Copyright @ Dillip K Swain
Bu şiiri puanla
Henüz puan verilmemiş