ପିଲାଦିନ- ୨୨ (Childhood-22)
D
0
Altın Yaprak
କଲିକତା ବସ ଉପରେ ଶୋଇ
ପହଂଚିଥିଲି ଜଗତସିଂହପୁର
ଆଉ ଜଗତସିଂହପୁରରୁ
ପହଂଚିଲି ଆମ ଗାଁରେ
ବିନା ପଇସାରେ!
କି ଅପୂର୍ବ ଅନୁଭୂତି!
ମେଘୁଆ ଆକାଶ, ଭସା ବାଦଲ,
ପକ୍ଷୀ ମାନଙ୍କ ଚାଇଁ ଚାଇଁ ଶବ୍ଦ
ସଙ୍ଗକୁ ଝାଉଁବଣରୁ ଭାସିଆସୁଥିଲା ସଁ-ସଁ ଶବ୍ଦ
ଆଉ ତା ସାଙ୍ଗକୁ ସୁଲୁସୁଲିଆ ପବନ
ଛୁଂଥିଲା ମୋ ମନ ପ୍ରାଣ!
ପହଂଚିଲି ବିନା ପଇସାରେ
ଆମ ଗାଁ ରେ!
ସେତେବେଳକୁ
ସ୍କୁଲ ଛୁଟିହେଇଯାଇଥିଲା,
ସୁନାପିଲାପରି ଘରକୁ ଫେରି,
ବସ୍ତାନି ଥୋଇଲି, ମୁଂହ କାନ ଧୋଇଲି
ଆଉ ବୋଉକୁ ଖାଇବାକୁ ମାଗିଲି!
ଭୋକ କରୁଚି, ଶୀଘ୍ର ଖାଇବାକୁ ଦେ!
ବୋଉ ବାଢ଼ିଦେଲା ଭାତ ସାଙ୍ଗକୁ
ଡାଲ୍ମା, ଅଲୁଚକଟା, ଶାଗ ଆଉ ବଡ଼ିଚୁରା!
ଖାଉଥିଲି, ବାପା ଆସି ପହଂଚି
ଖାଇବା ଅଧାରୁ ମୋ କାନକୁ ଧରି ପଚାରିଲେ
ହଇରେ, ଆଜି ସ୍କୁଲକୁ ତ ଯାଇନୁ,
କୁଆଡେ ଯାଇଥିଲୁ, କହ!
ବୋଉ ବଲବଲ ହେଇ
ମୋତେ ଚାହିଁଲା...
ବାପାଙ୍କୁ କହିଲା
ପିଲାଟାକୁ ଖାଇବା ଶେଷକରିବାକୁ ଦିଅ!
ପିଲାଦିନ!
Copyright @ Dillip K Swain
Bu şiiri puanla
Henüz puan verilmemiş