ମୋତେ ପଚାରନା (Don't Ask Me)
D
0
Altın Yaprak
ଏହା କଣ ଏକ କବିତା?
ତାହା କଣ ଏକ କବିତା?
ମୋତେ ପଚାରନା
ଏତେ କଥା...
କେଉଁଠୁ ପାଇବି ମୁଁ କବିତା
ଆଉ ଲେଖିବି
ମିଠା ମିଠା କଥା?
ଆକାଶ ବୁକୁରେ
ଥାଏ କି କବିତା?
ନାଳ ନର୍ଦମା ରେ
ଅଛି କି କବିତା?
ସେଇ ବାଇ ଚଢେଇର
ଫୁର ଫୁର ଶବ୍ଦରେ
ଅଛି କି କବିତା?
ସେଇ ଝରଣାର
କୁଳୁ କୁଳୁ ନାଦରେ
ଅଛି କି କବିତା?
ଦିନ ରାତି ଖୋଜୁଛି ମୁଁ
ମୋତେ ଖୋଜିବାକୁ ଦିଅ...
ମୋତେ ପଚାରନା
ଏତେ କଥା...
Copyright @ Dillip K Swain
Bu şiiri puanla
Henüz puan verilmemiş