ମୂଳରଚନ।- ଡକ୍ଟର ଆଣ୍ଟୋନୀ ଥିୟୋଡୋର
D
0
Altın Yaprak
I Am Your Baby Mum
By Dr Antony Theodore of Germany
Translation by Bharati Nayak of India
ମୂଳରଚନ।- ଡକ୍ଟର ଆଣ୍ଟୋନୀ ଥିୟୋଡୋର
ଓଡିଆ ଅନୁସୃଜନ -ଭାରତୀ ନାୟକ
ମୁଁ ତୋର ସନ୍ତାନ ମା
- - - - - - - - - - - - - - - -
ହେ ମୋର ଗର୍ଭ ଧାରିଣୀ ମା
ମୁଁ ତୋର ସନ୍ତାନ ମା
ମୁଁ ଏଠାକୁ ସ୍ୱଇଚ୍ଛାରେ ଆସିନଥିଲି ମା
ଈଶ୍ବରଙ୍କ ଆଜ୍ଞାରେ ମୁଁ ତୋ ଗର୍ଭକୁ ଆସିଥିଲି
ତୋ ମମତମୟୀ ଗର୍ଭରେ
ମୁଁ ଆନନ୍ଦରେ ଖେଳୁଥିଲି
ଆଉ ଶାନ୍ତିରେ ଶୋଇ ପଡୁଥିଲି
ମୋ ନିରାପଦ ପୃଥିବୀ ଅବତରଣ ନିମନ୍ତେ
ଦେବଦୂତ ମାନେ ପ୍ରାର୍ଥନା କରୁଥିଲେ
ଆଉ ମୋତେ ଜଗି ରହିଥିଲେ
ସେମାନେ ସ୍ଵର୍ଗୀୟ ବୀଣାରେ
ମୋର ଜନ୍ମ ପାଇଁ ଆଗମନୀ ସଙ୍ଗୀତ ପ୍ରସ୍ତୁତ କରୁଥିଲେ ।
ମୁଁ ତୋ ଗର୍ଭରେ ନିରାପଦରେ ଶୋଇଥିବାବେଳେ
ଦେବଦୂତମାନେ ତୋ ଅଜ୍ଞ।ତରେ ମୋ ନିକଟକୁ ଆସୁଥିଲେ
ହେ ମୋର ଅତିପ୍ରିୟ ମା
ତୁ କି ଜାଣୁ
କେତେ ଅଧୀର ଆନନ୍ଦର ଆବେଗରେ
ତୋ ସନ୍ତାନ ହୋଇ
ଜନ୍ମ ନେବାପାଇଁ ମୁଁ ଚାହିଁ ବସିଥିଲି ।
ମୁଁ ଚ।ହୁଁଥିଲି ମୁଁ ହସିବି ଗ।ଇବି ଖେଳିବି
ତୋ ଛାତିରୁ ଅମୃତ ପାନ କରିବାବେଳେ
ତୋ ମୁହଁରେ ଖେଳୁଥିବ
ସ୍ତନ୍ୟଦାତ୍ରୀ ମାତାର ସ୍ଵର୍ଗୀୟ ଆନନ୍ଦର ଅନୁଭୂତି
ତୋ ମୁହଁରେ ସେଇ ଆନନ୍ଦର ଝଲକ ଦେଖିବାକୁ
ମୁଁ ତୋ ଗର୍ଭରେ ଅପେକ୍ଷା କରିଥିଲି ।
କିନ୍ତୁ ମା
କେଉଁ ଏକ ନିଷ୍ଠୁର ନିୟତିର ଖେଳରେ
ଦିନେ ତୁ
ମୋତେ ମାରିଦେବାକୁ ନିଷ୍ପତି ନେଲୁ ।
ନର୍କର ରାକ୍ଷସ ମାନେ
ବୋଧହୁଏ ତୋ ନିଷ୍ପତି ଶୁଣିପାରିଥିଲେ
ଦୁନ୍ଧୁଭି ନାଦରେ ମତ୍ତ ହୋଇ
ପଇଶ।ଚିକ ଗାନ ଗାଇ
ସମୂହ ଉନ୍ମାଦରେ ନୃତ୍ୟ କରିଥିଲେ
ସେମାନେ ନାଚୁଥିଲେ ବୃତ୍ତାକାରରେ
କେତେବେଳେ ଧାଡିହୋଇ
କେତେବେଳେ ପ।ଦ ଟିପପରେ
କେତେବେଳେ ଶିରରେ ଭର।ଦେଇ
ସେମାନେ ଗାଉଥିଲେ ଆଉ ନାଚୁଥିଲେ ।
ଆହା ତୋ ନିଷ୍ପତିରେ
ସେମାନେ କେତେଖୁସିଥିଲେ
ସାରା ନର୍କର।ଜ୍ୟ କେତେ ଖୁସିଥିଲା
ଜାଣୁ ମ। ସେଦିନ କେତେ ମୁଁ କାନ୍ଦିଛି
ଦେବଦୂତ ମାନେ କେତେ ଲୁହ ଝରାଇଛନ୍ତି
ସାରା ସ୍ଵର୍ଗ କେତେ ଅଶ୍ରୁପାତ କରିଛି
ଯେତେବେଳେ ତୋ ଗର୍ଭରେ
ନିଷ୍ଠୁରଭାବେ ମୋତେ ମାରି ଦିଆଗଲା
ତାର ଟିକକ ପୂର୍ବରୁ ମୁଁ ଦେଖିଲି
ସର୍ବଶକ୍ତିମାନ ଈଶ୍ବର ମଧ୍ୟ
ଅଶ୍ରୁ ଝରାଉଥିଲେ ।
- - - - - - - -x- - - - - - - - -
Bu şiiri puanla
Henüz puan verilmemiş