କୌଣସି ପ୍ରକାରେ Anyway
G
0
Altın Yaprak
ସବୁକୁ ନିଏ ଟାଣି
ଗଜାନନ ମିଶ୍ର
କିଏ ଯେ କୌଣସି ପ୍ରକାରେ
ପାଏ ରକ୍ଷା, ନୁହଁ।
ସବୁକୁ ନିଏ ଟାଣି।
ଆଉ ଯିଏ ଥରେ
ଗଲା ଟାଣି ହୋଇ
ଆଉ ପାରେ ଫେରି
ଏମିତି ହୁଏ ନିକି
ଆଗକୁ ହେବାର
ସମ୍ଭାବନା ନାଇଁ।
ନାଇଁ ନାଇଁ କହୁ କହୁ
ସବୁ ବଦଳି ବଦଳି ଯାଏ
ଯାଉଥାଏ ମୁହୂର୍ତ୍ତରୁ ମୁହୂର୍ତ୍ତ ।
କିଏ ଥାଏ କି ଆଉ?
ଥାଏ ଯିଏ, କଣ ଜାଣି ଥାଏ
କିଛି କିଛି ଏଠାକାର ଚଳଣି!
ଆଉ ସବୁପଚାରିଲାବେଳକୁ
ପତର ହଲୁଥାଏ ଶୂନ୍ଯରେ
ବିନା ପବନ ପାଣିରେ ।
କିଏରେ କୋଉଠି!
ଶବଦ ଆସୁଥାଏ ଚୌଦଘଡି।
ନ ଥାଏ ଫୁରସତ୍ କୋଉକଥାକୁ!
ଖୋଲା ପଡିଆରେ
ଚାଲିଥାଏ ଖେଳ
ଖେଳୁଆଡ ଯଦିଓ
ନ ଥାନ୍ତି କେହି।
କି କୌଣସି ପକ୍ଷ ନା
ଜିତୁଥାଏ ନା ହାରୁ ଥାଏ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/10/2019
Bu şiiri puanla
Henüz puan verilmemiş