ବଜେଟ Budget
G
0
Altın Yaprak
ବଜେଟ
ଚାଷୀଙ୍କ ପାଇଁ ଖୁସି-ଆୟ ବଢିବ,
ଗରିବଙ୍କ ପାଇଁ ଖୁସି-ମାଗଣା ସବୁ ମିଳିବ,
ହେବାର ନାଇଁ ବ୍ୟତିବ୍ୟସ୍ତ,
ଦେଶ ଆଗେଇବ, ପୃଥିବୀରେ ନାମ କମେଇବ।
ଯାହା କହିବ ଯିଏ କହୁ, ହିସାବକିତାବରେ ମହୁ ଝରିବ।
ବଜେଟ
ବଢିଛି ବିଦେଶୀ ପୁଂଜି ନିବେଶ।
କମିଛି ନଗଦ କାରବାର ଦେଶରେ।
ବଢିଛି ଟିକସ ଆଦାୟ।
ବଜେଟ
ଆମର ତୁମର,
ଆଲୁଅର ଅନ୍ଧାରର।
ବଜେଟ କାହାର? କାହାପାଇଁ?
ନାହିଁ କେହି କହିବାକୁ।
କିନ୍ତୁ ସଭିଏଁ ବ୍ୟସ୍ତ ଘର କଂପେଇବାକୁ।
ଆଉ ସେ କଂପନରୁ ଲାଭ ଉଠାଇବାକୁ।
Bu şiiri puanla
Henüz puan verilmemiş