ଛିନଛତ୍ର ଅନ୍ଧାର Disbursed Dark
G
0
金の葉
ଯେତେବେଳେ ମୁଁ କଲମ ଧରେଁ
ଗଜାନନ ମିଶ୍ର
ଭୁଲିଯାଏଁ
କାହାର ବାପା
କାହାର ପୁତ୍ର
କାହାର ଶଳା
କାହାର ସମୁଧି
କାହାର ଶଶୁର
ଆଉ ଆଉ କାହାର କଣ!
ଭୁଲିଯାଏଁ
ମିଛମାୟା
ପଚାସଢା
ପୋକଜୋକ
ଲୋଭଘୃଣା
କାମମଦ
ଆଉ ଚଲାଏଁ କଲମ
ସତ୍ୟ ପାଖକୁ।
ମନେରଖେଁ
ଆଉ ନିରେଖି ଦେଖେଁ
କେବଳ ଧ୍ରୁବକୁ।
ଆଣେ ନା ଗଣନାକୁ
ଛିଡା ହୁଏ ଯିଏ
ନିଜକୁ ନିଜେ
ଦିବାର କହି।
ଜାଣିପାରେଁ
କୋଉଠି ମୋ ଗାଡି
ଧକ୍କାରେ ହଲୁଛି
ଆଉ ମୁଁ ଜାଣେ
କଣ କେମିତି
କରିବାକୁ ହେବ ଏଠି,
ତୁମେ ଯିଏ ମନେ ମନେ
ଉଖୁଡା ଖାଉଛ
ରହିଥାଅ ସତର୍କ
ସବୁ ବାଟ ବନ୍ଦ ତୁମ ପାଇଁ
ଆଉ ମୋ ସର୍ଜିକାଲ ଷ୍ଟ୍ରାଇକରେ
ଛିନଛତ୍ର ସବୁ ଅନ୍ଧାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
22/10/2019
この詩を評価する
まだ評価がありません