ନମସ୍ତେ ଦୀପାବଳୀ Good Morning Diwali

G Gajanan Mishra Gajanan Mishra
0 Altın Yaprak
ଦିପାବଳୀ ଗଜାନନ ମିଶ୍ର ନମସ୍ତେ ପ୍ରକାଶ, ତୁ ମୋ ଭିତରେ ମୁଁ ତୋ ଭିତରେ। ନମସ୍ତେ ନମସ୍ତେ । ତୁ ଡାକୁଛୁ ମତେ ମୁଁ ଡାକୁଛି ତତେ ବାଣ ଫୋଟକାରେ। ନମସ୍ତେ ନମସ୍ତେ । ତୁ ସୀମାରେ ତୁ ଅସୀମାରେ ତତେ ତୁ ବଢାଉଛୁ ମତେ ମୁଁ। ପ୍ରକାଶ କରିବାରେ ସଦା ବ୍ୟସ୍ତ ଆମେ ଦୁହେଁ ଏଠାରେ। ନମସ୍ତେ ପ୍ରକାଶ ନମସ୍ତେ ନମସ୍ତେ । ଖାତିର କର ନି ଅନ୍ଧାରକୁ କହୁଛୁ ତୁ ସଭିଙ୍କୁ। ନମସ୍ତେ ନମସ୍ତେ । ଅନ୍ଧାରକୁ ଚିରି ମୁଁ ଛୁଟୁଛି ଉପରକୁ ଉପରକୁ ଉପରକୁ। ଆକାଶ ମୋର ତାରା ଭର୍ତ୍ତି, କହୁଛୁ ତୁ। ନମସ୍ତେ ନମସ୍ତେ । ସବୁ ସୁଖ ସବୁ ସୌନ୍ଦର୍ଯ୍ୟ ଏଠାରେ ଏଇ ମାଟିରେ । ନମସ୍ତେ ନମସ୍ତେ । ନମସ୍ତେ ପ୍ରକାଶ ନମସ୍ତେ ନମସ୍ତେ । ତୁ ତୋର ଆଦ୍ୟ ତୁ ତୋର ପଦ୍ୟ ମୁଁ ଇ ମୁର୍ଖ ଜୀବନକୁ କରୁଛି ଶୁଖିଲା ଗଦ୍ୟ। ନମସ୍ତେ ପ୍ରକାଶ ନମସ୍ତେ ନମସ୍ତେ । ତପୋବନ,ଟିଟିଲାଗଡ, ବଲାଙ୍ଗିର 27/10/2019

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.