ଗ୍ରୁବ ଗ୍ରୁବ Group Group
G
0
Altın Yaprak
କେନ ହିସାବେ ଫାନ୍ଦୁଛ ମତେ
ନେଇଁ ପାରବାର ଜାନି ମୁଇଁ।
ପାଏଲ କେଁ ଚିହ୍ନା ମୋର
କେନେ କେତେବେଲେ!
ମୋର ସାମ୍ନେ ରଖିକରି
ଦରପନ ଠିଆ ମୁଇଁ
ଦେଖୁଛ କି ନେଇଁ।
2.
ଗ୍ରୁବ ଗ୍ରୁବ ଅଛନ୍,
ରଡୁଛନ୍ କିଲ୍ଲଉଛନ୍,
ନେଇଁ ଜାନି ପାରବାର
କାଣା କରୁଛନ୍,
ହେ କଥାକେ ନେଇଁକରି
କେଁ ମନଦୁଖ!
3.
ଗୁଟେ ଫୁଲ କାଜେ
ଯଉଛେ ଘୁଂଚି ପାହାଡ।
ଆରୁ କହେମି କେଁ
ପାହାଡି ଫୁଲ କାଜେ
ଉତରି ଅଉଛେ ଆକାଶ।
ଆରୁ ଆକାଶ ସଁଗେ
ବିଜଲି ମେଘ ଧୁକା ଗରେଲ୍
ଖଲ ଖଲ ମଲ ମଲ।
4.
ଫୁଲ ତ ଫୁଲ,
ଫୁଲର ଗୁଟେ ନାଁ କାଣା।
ଜେନ୍ତା ଜେନ ଅଛେ ଅଛେ,
ଥିବାରଟାକେ ନେଇକରି
ଏତକିସେତକି ହିସାବକିତାବ
ଦେଖ ପରଖ କର କେନ
ଫୁଲର ଭିତରେ ତମର ଠାବ।
Bu şiiri puanla
Henüz puan verilmemiş