ସଂସାରର ମାୟାରେ In The Illusion Of The World
G
0
Altın Yaprak
କାଲଙ୍କ ଆଗରେ
ମୁଁ ମୂର୍ଖ ଚାଲିଛି
ବଜାଇ ସପ୍ତସ୍ୱର।
ମର୍କଟଗଳାରେ
ଲମ୍ୱାଉଛି ମାଣିକ୍ୟର ହାର।
ଆଗ୍ରହରେ କହୁଛି ବାଇକୁ
ଧର୍ମଶାସ୍ତ୍ର।
ଧନଲୋଭରେ ବିକୁଛି କନ୍ୟାକୁ,
ବିଷ ଦେଉଛି ମାତାକୁ।
ଦେଖୁଛି, ଲଂଘୁଛି କୂଳ ସମୁଦ୍ର।
ଦେଖୁଛି, ମାଟି ଉପରେ ମେଘ
କରୁ ନି ବୃଷ୍ଟିପାତ।
ପାପପୂଣ୍ୟ କୀର୍ତି ଅପକିର୍ତୀକୁ
ନାହିଁ ଡର କାହାର।
ସଂସାରର ମାୟାରେ ମୁଁ ଭୋଳ।
Bu şiiri puanla
Henüz puan verilmemiş