ମଦବିନା ନାଇଁ ଜୀବନ No Life Without Liquor

G Gajanan Mishra Gajanan Mishra
0 Altın Yaprak
ମଦ ଦରକାର ମଦ! ଗଜାନନ ମିଶ୍ର 1 ମଦ ଦରକାର ମଦ! ମଦ ପାଇଁ ଆଉ କେଉଁଆଡକୁ ଯିବାର ନାଇଁ ଦରକାର। ନିଜେ ମଦ ଯିବ ତୁମ ଗାଁକୁ ତୁମ ଘରକୁ ତୁମ ପାଟିକୁ। ରହ ରହ ଅପେକ୍ଷା କର! ବାହାଘର ବ୍ରତଘର ମୃତାହ ଜନ୍ମୋତ୍ସବ ଆଉ ଆଉ ସବୁ ପର୍ବପର୍ବାଣୀରେ ମଦ କରିପାର ବ୍ୟବହାର। ମଦ ବ୍ୟବହାରକାରୀକୁ ଦିଆଯିବ ପୁରସ୍କାର, ରାଜ୍ୟ ରାଜସ୍ୱବୃଦ୍ଧିରେ ପ୍ରମୁଖ ଭୂମିକା ଯାହାର। ମଦ ଦରକାର ମଦ! ନିଅ, ନିଅ, ସବୁ ସାହାଯ୍ୟ ଯୋଗାଇଦେବେ ସରକାର। ପାଣି ବଦଳରେ ପିଅ ମଦ, ସଦା ରହ ମସ୍ତ। ମଦବିନା ନାଇଁ ଗତିମୁକ୍ତି ତୁମର, ମଦବିନା ଭବିଷ୍ୟତ ଅନ୍ଧକାର । 2 ମଦ ମଦ ମଦ ନାଇଁ ମଦ ନାଇଁ ଗଦ ନାଇଁ ପଦ। ଯାହା କର ଯାହା କହ ମଦ ପିଅ, ପିଅ ମଦ। ମଦବଳରେ କରିବ ମା ଭଉଣୀ ମିଶେଇ ସାତପୁରୁଷ ଉଦ୍ଧାର। ଭାରତବର୍ଷରେ, ନମ୍ୱର ଉଆନ ମଦରେ, କୁକୁର ବିଲେଇ ଗଧ ସଭିଙ୍କୁ ଦିଅ ମଦ। ମଦ ମଦ ମଦ କବିତାରେ ମଦ ଦୈନନ୍ଦିନ କର୍ମରେ ମଦ ପ୍ରେମରେ ମଦ ସ୍ନେହରେ ମଦ ଜନ୍ମରେ ମଦ ମୃତ୍ଯୁରେ ମଦ ମଦ ମଦ ମଦ। ଦରକାର ହେଉ ନ ହେଉ ମଦ ଯିବ ଘର ଘର ଦେଇଛି ଆଦେଶ ସରକାର। ମଦ ପାଇଁ ସର୍ବସାଧାରଣ ମଦ ପାଇଁ ଛୁଆ ପିଲା ସନ୍ତାନ ମଦ ପାଇଁ ମା ମାଟି ସମ୍ମାନ। ମଦରେ ମଦ ବିନାମଦରେ କି କବି କି ଶିକ୍ଷା କି ଶିକ୍ଷକ କି ଛାତ୍ର! ବିନାମଦରେ କି ଡାକ୍ତର ବିନାମଦରେ କି ଇଂଜିନିୟର କି ମନ୍ତ୍ରୀ କି କିରାଣୀ କି ଅମଲା ଅଫିସର କି ଚାଷୀମୂଲିଆ ନୌକରଚାକର! ! ମଦରେ ପଂକ୍ତି ମଦରେ ପ୍ରଗତି ମଦରେ ମୁକତି ମଦରେ ଶକତି କର ମଦକୁ ହେ ବାପଭାଇ ଝିଅବୋହୂ ଭାବପିରତି । ଜୟଗାନକର ମଦର ଜୟ ଜୟ ଜୟ ଆମ ଲୋକ ଆମ ଗଣତାନ୍ତ୍ରିକ ସରକାର! ତପୋବନ, ଟିଟିଲାଗଡ, ବଲାଙ୍ଗିର 12/11/2019

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.