ଖୋଲ, ଖୋଲିବ କେମିତି, Open, How To Open
G
0
Altın Yaprak
1.
ଖୋଲ, ଖୋଲିବ କେମିତି,
ଏ ତାଲା-
ସ୍ପର୍ଶରେ ଖୋଲିବ
କି ଖୋଲିବ ଶବ୍ଦରେ
ଖୋଲ।
ଏ ତାଲା ଖୋଲିଲେ,
ଫିଟିବ କବାଟ।
କବାଟ ଫିଟିଲେ
ଜାଣିବ ସତ।
ସତର ରଙ୍ଗ
ପଚାର ନି,
ଅପେକ୍ଷା କର
ଜାଣିବ ଆପେ।
କେହି ପଚାରିଲେ କେବେ
କହିବ ରହ,
ଖୁଆଖୋଇ ସରୁ
ପରସ୍ପର।
ଆଉ କୋଉଥିରୁ
ମିଳୁଛି କେତେ ଆନନ୍ଦ,
ପଚାରି ଜାଣ
ସେଇଠି, ସେଇ
ଥାନା ଛକରେ
ଗୋବିନ୍ଦ ।
2.
ମୁନୁସିପାଲଟି ଗଦାଏ ଯୋଉଠି
ସହରଯାକର ମଇଳା,
ସେଇଠି ସେମାନେ
କରନ୍ତି ମସ୍ତି।
ମୋର ନାଇଁ ପସନ୍ଦ।
ଆଉ ମୋର ଯୋଉଠି ନାଇଁ ପସନ୍ଦ,
ଯାହା ହେଲେ ହେବ
ଦେଖିବି ନାଇଁ ଶୁଣିବି ନାଇଁ
ଏ ଆଡକୁ ସେ ଆଡକୁ
ମୁହଁକୁ କାହାର ଟିକିଏ।
ଚାଉଳଧୁଆ ପାଣିରେ
ଦେଖେ କିଏ ମୁହଁ
ଆଉ କିଏ ପୋଷ୍ଟ ଅଫିସର
ପୋଖରୀରେ ସନ୍ତରଣ କରି
ଧରିବାକୁ କରେ, କରୁଥାଏ ଚେଷ୍ଟା
ମାଛ ଓ କଙ୍କଡା।
ରଜାରାଣୀ ମୁଣ୍ଡ
ଗଡିଲାଣି ପରା!
ଏ ଫୁଲରୁ ସେ ଫୁଲକୁ
ଉଡୁଥିବା ପ୍ରଜାପତିକୁ
ପଚାରିଲେ କହିଦେବ
ଜଙ୍ଗଲ କେତେ ଦୂର
ଆଉ ରହିଲା!
Bu şiiri puanla
Henüz puan verilmemiş