ବାଙ୍ଗାଲୋରରେ ଆକାଶ Sky In Bangalore
G
0
Altın Yaprak
ବାଙ୍ଗାଲୋରରେ ଆକାଶ
ବେଶ୍ କୋମଳ ଆଉ ରଙ୍ଗରେ ଭରପୁର।
ଥଣ୍ଡା ମିଜାଜରେ ଏଠାକାର ଏ ଆକାଶରେ
ମେଘମାନେ ମଦନମସ୍ତ।
ସୂର୍ଯ୍ୟ ବି ଖୁସି ଏଠି,
ସଦା ହସ ହସ ।
କେହି କାହାରି ଉପରେ
କ୍ରୋଧ ବା ଆକ୍ରୋଶର
ନାହିଁ ପ୍ରଶ୍ନ।
ନିଆଁ ପାଣିର ଖେଳ
ରୋମାଂଚକର।
ଜହ୍ନ ଏଠି ଆଶାବାଦୀ
ଜିତାପଟ ହେବ ନିଶ୍ଚୟ।
Bu şiiri puanla
Henüz puan verilmemiş