ବହୁତ ସୁଖି Very Happy
G
0
Altın Yaprak
ମୁଁ ନୁହଁ କପଟୀ ନୁହଁ ଦାମ୍ଭିକ ନୁହଁ ନାସ୍ତିକ ବି।
ମୁଁ ମୁଁ ଯାହା ଦେଖୁଛ ଯେମିତି।
ହରାଇ ସବୁ ବାଡିବୃତ୍ତି ଦେଖ କରୁଛି ମସ୍ତି
ଦେଖ ତୁମରି ଆଗରେ ଜାହିର ରଖିଛି ମୋ ସ୍ଥିତି।
ମୁଁ ନୁହଁ ଦୁଃଖୀ ତୁମେ ଅଛ ସାକ୍ଷୀ,
କେମିତି ଯାଉଛି ଆଗେଇ ନିଜଭିତରେ
କ୍ଷୁଧା ତୃଷା କାମାଦି ମାରି।
ନୁହଁ ବି ମୁଁ ନିରିମାକ୍ଷୀ,
ଚାଲିଛି ଛୁଟି ରକେଟଗତିରେ ଆଗକୁ ଆଗକୁ
ଅପରାଧ କିଛି ନ କରି, ବିବେକ ଧରି।
ବନ୍ଦୀରେ ପକାଇବାକୁ କର ନା ଚେଷ୍ଟା କହି ରଖୁଛି,
ଏ ପୃଥିବୀ ମନ୍ଦିରରେ ମୁଁ ଝଟକୁଛି
ଖଳବଳଠୁ ଦୂରରେ ରହି।
ନ ପାଉଛି ନୁହଁ ସିଦ୍ଧି।
ହୃଦୟରେ ଉଛୁଳା ପ୍ରେମ ଧରି ନିଜକୁ ପୋଡି ଜାଳି
ଦେଉଛି ରଙ୍ଗୀନ ଆଲୁଅ ତୁମକୁ ଇ।
ସମୟ ଅନୁସାରୀ ରହିଛି ରଖି ମନରେ ଶାନ୍ତି।
ଅଛନ୍ତି ଯେତେ ଯେତେ ଜୀବଜନ୍ତୁ ଯୋଉଠି ଯୋଉଠି
ସଭିଙ୍କୁ ଯଥୋଚିତ ସମ୍ମାନ ଜଣାଇ
ଦୁଇହସ୍ତ ପ୍ରସାରି ନେଉଛି କୋଳେଇ।
ବିପତ୍ତି ନାହିଁ କିଛି, ଅଛି ଖାଲି ସଂପତ୍ତି।
ସତ୍ୟ ଦୟା ଧର୍ମ ସବୁ ତୁମରି।
ତୁମ ପାଇଁ ମୁଁ ବହୁତ ସୁଖି।
Bu şiiri puanla
Henüz puan verilmemiş