ଶବ୍ଦକୁ ଦୂଷିତ Words Pollution
G
0
Altın Yaprak
ଶୁଭ ସକାଳ, ଶୁଭ ରାତ୍ରୀ,
ଶୁଭ ଜନ୍ମଦିନ, ହାଏ, ବାଏ,
ଏ ସବୁ ଶୁଣି ଶୁଣି ସତରେ
ଲାଗିଲାଣି ବିରକ୍ତି।
ଥାଉ, ରଖି ଥ
ସେ ସବୁ ସାଇତି,
ହୁଏ ତ କାମରେ
ଆସିପାରେ ତୁମର।
ମୁଁ ନିତ୍ୟନୈମିତ୍ତିକ କର୍ମରେ
ରହୁଛି ବ୍ୟସ୍ତ।
ଯଦି କୌଣସି ଶବ୍ଦର
ପ୍ରତିଶବ୍ଦ ନ ଦେଇ ପାରିଲି
ଭୁଲ ବୁଝିବ ତୁମେ।
ଥାଉ, ଆଉ ବଢ ନି ଆଗକୁ।
ନାହିଁ ମୋର ମନ ସେଆଡକୁ।
ଭଲ କି ଖରାପ ସେସବୁ,
ଉତ୍ପତ୍ତି କାହାର କୋଉଠୁ
ଜାଣିବାର କି ନିଘା କରିବାର
ନାହିଁ ମୋର ଉଦ୍ଦେଶ୍ୟ ବି।
ଯାଅ, ତୁମ ବାଟରେ ତୁମେ,
ମତେ ମୋଠି ମୋରି ହାଲତ୍ ରେ ଛାଡି।
ପରବାୟ ନାହିଁ ମୋର କିଛି।
ଯୋଉଟା ଯେତେବେଳେ
ଅଛି ଘଟିବାର ଅବଶ୍ୟ ଘଟିବ,
ଅନ୍ୟଥା ପାରିବେ ନି କରି କେହି
ହୁଅନ୍ତୁ ପଛେ ହରି ବ୍ରହ୍ମା ଶିବ।
ଆଉ ସକାଳ ସନ୍ଧ୍ୟା ଶୁଭାଶୁଭ
ସେସବୁ କିଛି ନୁହେଁ ସତ୍ଯ ।
ଖାଲି କରିବା କଥା ଶବ୍ଦକୁ ଦୂଷିତ।
Bu şiiri puanla
Henüz puan verilmemiş