ମିଳନ ର ରଙ୍ଗ- 24 (Milana Ra Ranga -024/Odia Poem)
S
0
Altın Yaprak
ଆଜି ଯେତେବେଳେ ମୁଁ ତୁମକୁ
ଖୋଜୁଥିଲି ତୁମ ସାଥୀ ମେଳେ
ତମେ ପରା ଥିଲ ସେଇଠାରେ
ଅଥଚ ମୋ ଆଖି ଆଢୁଆଳେ ।।
କିଛି କ୍ଷଣ ପାଇଁ ସେ ବେଳା ରେ
ନିରର୍ଥକ ଲାଗିଲା ଜୀବନ
ଏକୁଟିଆ ଲାଗୁଥିଲା ମୋତେ
କାହିଁରେ ବି ଲାଗିଲାନି ମନ ।।
ଶ୍ୱାସ ରୋଧ ହେବା ପରି ମୋତେ
ଦୁନିଆ ରେ କେହି ନାହିଁ ମୋର
ଏମିତିକା ଲାଗୁଥିଲା ମୋତେ
ତୁମ ବିନା ଏ ଦିନ ବେକାର ।।
ଅଳ୍ପ କେଇ କ୍ଷଣ ପରେ ପରେ
ମୋର ଅବା କପାଳ ଫିଟିଲା ।
ହସି ହସି ତମେ ଆସି ଗଲ,
ତୁମ ଓଠ ଶୁଭ ମନାସିଲା ।।
Bu şiiri puanla
Henüz puan verilmemiş