ବିଦାୟବେଳl
B
0
Altın Yaprak
ବିଦାୟବେଳl
ବେଳେ ବେଳେ ବସି ବସିହିସାବ ମୁଁ କଷେ
ମୋରଲେଉଟାଣିବେଳେ
କେ 'କେ ' ଉଭା ଥିବେ ମୋ ପାଶେ
ସତ ଲୁହଗଡିଯିବ
କାହାକାହାଆଖି ରୁ
ଆଉକେ
ମିଛେମିଛେଲୁହଗଡାଇବେ
ମୋ ଆଗରୁ
ମୋବନ୍ଧୁ ପରିଜନ
ଅନେକ ବିଦାୟନେଲେଣି
କା ବିଦାୟବେଳାରେମୋଚକ୍ଷୁରୁବହିଛି
ରକ୍ତର ଲୋତକ
କାପାଇଁ ଅବା
ମିଥ୍ୟାକାନ୍ଦଣା କାନ୍ଦିଛି
କାଠାରୁବିଦାୟ ଘେନିଲାବେଳେ
କାନ୍ଦିଛିମୁଁଲୁଚିଲୁଚି
ଆଉକା' ଲେଉଟାଣିବେଳେ
ପ୍ରସ୍ତର ଭଳିନିଶ୍ଚଳେବସିଛି
ମୋ ଯାତ୍ରାପଥରେ ଅନେକବିଦାୟଘେ ନିଛି
କେହିକେହିଶୁଭଇଚ୍ଛାଉପହାରଦେଇ
କରିଛନ୍ତି
ହସି ହସିବିଦାୟ
ଆଉ କେହିକେହି
ମୋବିଦାୟ ସମୟେ
ମନେ ମନେଡାକିଛନ୍ତି, ତ୍ରାହିତ୍ରାହି
ବିଦାୟ ବେଳାର
ପ୍ରୀତି ଉପହାରଯେତେ
ବନ୍ଧା କେତେ ରଙ୍ଗୀନକାଗଜେ
ଅବା
କେତେସବୁ ପୂରାସାଧା ସିଧା
କେହିକେହି
ବିଦାୟଦେଇଛନ୍ତିମୋତେ
ଦୂରେ ଥାଇନୀରବଲୋତକେ
କେହିକେହି
ଶୁଭସନ୍ଦେଶଭେଜିଛନ୍ତି
ମେଘହସ୍ତେ
ତେବେ, ଫେରିବା ବେଳେ
ମୁଁପୁରାଫେରି ପାରିନାହିଁ
ସଭିଙ୍କପାଶେମୁଁ ନିଜକୁ
ଟିକେଟିକେଛାଡି ଆସିଛି
କେ ' ସାଇତି ରଖିଛି ମୋତେ
ସାତ ତାଳପୋଖରୀ ତଳରେ
ସିନ୍ଦୁର ଫରୁଆରେ
ଅବାକେହିମୋତେ
ଫିଙ୍ଗିଦେଇଛି
ଅତିଅଵଜ୍ଞାରେ
ତେବେମନେହୁଏ ମୋର
କାହାକାହାଠାରୁ
ମୁଁବିଲକୁଲ ବିଦାୟଘେନି ନାହିଁ
କାହିଁକିନାସେଠିମୁଁଛାଡି ଆସିଛି
ମୋପୂର୍ଣ୍ଣସତ୍ତା
ଅବାଘେନିମୁଁ ଆସିଛି
ମୋ ନିଜ ସଂଗେ
ସହଯାତ୍ରୀକରି ନେବାପାଇଁ
ତେବେ ମୋର
ଅନ୍ତିମବିଦାୟ ସମୟେ
ଯୋଡ଼ହସ୍ତେ କ୍ଷମାମାଗିନେବି
ସଭିଙ୍କ ଠାରୁ
ଯାହାଯାହାମନେ
ମୁଁ ଦେଇଛିଆଘାତ
ଜାଣତେ ଅବା ଅଜାଣତେ
ମୋଅନିଚ୍ଛାସତ୍ୱେ
ଯଦି ମୁଁଛଳିଛିକାରେ
କୃତଜ୍ଞମୁଁସେମାନଙ୍କ ଚରଣେ
ଯାହାଙ୍କସ୍ନେହପ୍ରେମେ
ବନ୍ଧାଥିଲି ମୁଁ ଏ ସଂସାରେ
ହେମୋବନ୍ଧୁପରିଜନ
ଅନ୍ତିମବିଦାୟନିଶ୍ଚିତ ଏକଦିନ
କ୍ଷମ ସଭିଏଁମୋତେ
ନହୋଇଅଧୀର
ମାଗେ ମୁଁ ହୋଇ ନତଜାନୁ
ତୁମ ସଭିଙ୍କର
ଆଶୀର୍ବାଦ କ୍ଷମାକରୁଣା
ଓ ଶୁଭ ଇଛାଅନ୍ତିମ ବେଳାରେ
Bu şiiri puanla
Henüz puan verilmemiş