Megha
B
0
Altın Yaprak
Megha,
Hathaat tumeaasila , au
Tup tap shabda karibarsigala
Dekha, dekha
Eigachha maananku dekha
Jhaunli padithiba patra mananku dekha
Kemiti aanandarebibhorsemane
Kemitishihiri uthuchisemananka tanulata
Apekhya thilaa, apekhya thila
Tumara aagamanaku
Aasha thila, bharasaa bithila
Aaukichhibilambare
Semane huetahajijaithaante
Kharatatire
Podaa aasha nei
Semaanemaatirekabar neithaante
Jee'nrahibare, swapnara patra melibaare
Tume kete jaruri
Tumebujhanaahin
Tebe, jete duraaakashare thilebi
Tume aamara eiilakaa ku
Sabu greesmarebhasiaasuthaa
Au ei dharanikukaanlia patraremandidia.
(This poem in Odia Letters)
ମେଘ!
ମେଘ!
ହଠାତତୁମେ ଆସିଲ, ଆଉ
ଟୁପ-ଟାପଶବ୍ଦକରିବର୍ଷି ଗଲ|
ଦେଖ, ଦେଖ,
ଏଇ ଗଛମାନଙ୍କୁଦେଖ,
ଝାଉଁଳିପଡିଥିବାପତ୍ରମାନଙ୍କୁଦେଖ,
କେମିତିଆନନ୍ଦରେ ବିଭୋର ସେମାନେ
କେମିତି ଶିହିରିଉଠୁଛି ସେମାନଙ୍କତନୁଲତା !
ଅପେକ୍ଷାଥିଲା, ଅପେକ୍ଷାଥିଲା
ତୁମରଆଗମନକୁ|
ଆଶାଥିଲା, ଭରସାବି ଥିଲା
ଆଉ କିଛି ବିଳମ୍ବରେ
ସେମାନେହୁଏତ ହଜି ଯାଇଥାନ୍ତେ
ଖରା ତାତିରେ,
ପୋଡାଆଶାନେଇ
ସେମାନେ ମାଟିରେ କବରନେଇଥାନ୍ତେ
ଜୀଇଂ ରହିବାରେ, ସ୍ୱପ୍ନରପତ୍ରମେଲିବାରେ
ତୁମେକେତେଜରୁରୀ
ତୁମେ ବୁଝ ନାହିଁ .
ତେବେ, ଯେତେଦୂର ଆକାଶରେଥିଲେ ବି
ତୁମେଆମରଏଇ ଇଲାକାକୁ
ସବୁଗ୍ରୀଷ୍ମରେ ଭାସି ଆସୁ ଥାଅ
ଆଉଏଇଧରଣୀକୁ କଅଁଳିଆପତ୍ରରେମଣ୍ଡି ଦିଅ|
Bu şiiri puanla
Henüz puan verilmemiş