ତିକ୍ତ ଅନୁଭୂତି-୨ (Bitter Experience-2)
D
0
Altın Yaprak
ଦମକଳ ପଡି
ପୋଖରୀ ସୁଖାହେଲା!
ପିଲାଦିନେ
ପଙ୍କରେ ପଶି
ଶେଉଳ ଧରିବାକୁ
ଭାରି ଭଲ ଲାଗୁଥିଲା
ଦିନେ ଶେଉଳ
ଧରୁ ଧରୁ ଜାବୁଡି ବସିଥିଲି
ଏକ ଧଣ୍ଡ ସାପକୁ!
ଗଭୀର ଚିତ୍କାର କଲି,
ବାପା ଦୌଡ଼ି ଆସିଲେ
ଆଉ ମୋ ଗାଲରେ
ଏକ ଶକ୍ତ ଥାପୁଡ଼ା ଦେଇ
କହିଲେ: ହଇରେ, ତତେ
କିଏ କହିଥିଲା ପଙ୍କରେ ପଶି
ମାଛ ଧରିବାକୁ?
ସେଇ ଦିନ ଠୁ
ମାଛ ଧରା କୁ ଜୁହାର!
Copyright @ Dillip K Swain
Bu şiiri puanla
Henüz puan verilmemiş