ପିଲାଦିନ- ୧୩ (Childhood-13)
D
0
Altın Yaprak
ଅଷ୍ଟମ ଶ୍ରେଣୀରେ
ପଢ଼ୁଥିବା ବେଳର କଥା!
ସେଦିନ ମନଟା ଭଲ ଲାଗୁନଥିଲା
କାରଣ ସେତେବେଳଯାଏ
କାକଳି ଆସିନଥିଲେ!
ବିଳମ୍ବରେ ଆସିବାରୁ
ସାର ତାଙ୍କୁ ବାହାରେ
ଠିଆହେବାକୁ କହିଲେ!
ଶ୍ରେଣୀକୁ ପଶିପାରିଲେ ନାହିଁ
ମୋତେ ଜମା ଭଲଲାଗିଲାନି
ମନଟା ଖାଲି ଛଟପଟ ହେଉଥିଲା!
କ୍ଲାସଟା ସରିଲା ପରେ
କାକଳି ଆସିଲେ
ଆଉ ରୁମାଲରେ ମୁଂହ ପୋଛି
ଦ୍ୱିତୀୟ କ୍ଲାସଟା ପାଇଁ
ପ୍ରସ୍ତୁତ ହେଲେ!
ଖେଳ ଛୁଟିବେଳେ
ମୁଁ କାକଳିଙ୍କୁ କହିଲି,
ତୁମେ ଜମା ବ୍ୟସ୍ତ ହୁଅନା
ଆସ, ଯାହା ପଢ଼ାହେଇଚି
ମୁଁ ବୁଝେଇ ଦେଉଚି!
କାକଳି ସବୁଯାକ ପାଠ ବୁଝିଗଲେ
ଆଉ ଭାରି ଖୁସିହେଇ
ସେଉଠୁ ଚାଲିଗଲେ!
ପିଲାଦିନ!
Copyright @ Dillip K Swain
Bu şiiri puanla
Henüz puan verilmemiş