ପିଲାଦିନ- ୧୭ (Childhood-17)
D
0
Altın Yaprak
ବର୍ଷାପରଦିନର କଥା,
ପାଗଟା କୋହଲା ଥିଲା
ଶୀତ କରୁ ଥିଲା,
କମ୍ବଳତଳୁ ଉଠିବାକୁ
ଇଛା ହେଉନଥିଲା...
ମୋ ବୋଉ କହିଲା:
ବାପା, ଆଜି ସ୍କୁଲ ଯିବୁନିକି?
ନିଦ ବଉଳାରେ କହିଲି ନା
ମୋ ବୋଉ କହିଲା:
ହଉ ଶୋଇପଡ଼!
କାକଳି କଥା ମନେପଡ଼ିଗଲା
ମୋ ନିଦ ଭାଙ୍ଗିଗଲା!
କାକଳି ପ୍ରତି ମୋର ଦୁର୍ବଳତା ଥିଲା
ତେଣୁ ଖରା, ବର୍ଷା ଓ ଶୀତ ନମାନି
ସ୍କୁଲ ଯିବାକୁ ପଡୁଥିଲା!
ପିଲାଦିନ!
Copyright @ Dillip K Swain
Bu şiiri puanla
Henüz puan verilmemiş