ପିଲାଦିନ- ୧୮ (Childhood-18)
D
0
Altın Yaprak
ଦିନେ ବାପା ମୋତେ
ତାଙ୍କ କୋଠରୀକୁ ଡାକିଲେ
ଆଉ କହିଲେ:
ଆଜି ତୋ ସାହିତ୍ୟ ଶିକ୍ଷକ
ଦେଖା ହେଇଥିଲେ
ଆଉ କହୁଥିଲେ କି
ତୁ ପାଠ ପଢ଼ାରେ ଧ୍ୟାନନଦେଇ
ସବୁବେଳେ ଶ୍ରେଣୀରେ
ଅନ୍ୟମନସ୍କ ରହୁଚୁ!
ମୋ ବାପାଟା ପରା
ଦି ବର୍ଷ ଆଣ୍ଠେଇପଡି ପଢ଼
ମନ ଲଗେଇ ପାଠପଢ,
ଭବିଷ୍ୟତ ଉଜ୍ଜଳ ହେବ
ତୋ ଜୀବନଟା ସୁଖମୟ ହେବ!
ବାପାଙ୍କ କଥାକୁ ଧ୍ୟାନଦେଲି
ମନଲଗେଇ ପାଠପଢ଼ିଲି
କାକଳିକୁ ମନଭିତରୁ
ଓଲେହି ଦେବାକୁ ପ୍ରୟାସ କଲି
କିଂତୁ କାକଳି ଦିନକୁ ଦିନ
ସୁନ୍ଦରରୁ ସୁନ୍ଦରତମ ଦିଶୁଥିଲେ
ତାଙ୍କୁ ଶ୍ରେଣୀରେ ଚାହୁଁ ନଥିଲି
କିନ୍ତୁ ଫାଙ୍କ ଦେଖି ଟିକେ ଟିକେ
ଦେଖି ଦେଉ ଥିଲି!
ପିଲାଦିନ!
Copyright @ Dillip K Swain
Bu şiiri puanla
Henüz puan verilmemiş