ପିଲାଦିନ-୨ (Childhood-2)
D
0
Altın Yaprak
ସତରେ ହରିଅଜାଙ୍କ
କଥା ଆଜି କାହିଁକି
ମନେପଡୁଚି...
୧୨ ବର୍ଷ ହେଲା
ହରିଅଜା ଚାଲିଗଲେଣି
ଆର ପାରିକୁ!
ତାଙ୍କଘର ବାଟଦେଇ
ଯିବାକୁ ପିଲା ଦିନେ
ଭାରି ଡ଼ର ମାଡୁଥିଲା
ପଚାରୁଥିଲେ ଅଖାଡୁଆ ପ୍ରଶ୍ନ!
ଥରେ ମୁଁ ତାଙ୍କୁ ଦେଖି
ଦୌଡିବାକୁ ଆରମ୍ଭକଲି
ମୋତେ ଗୋଡେଇ ଗୋଡେଇ
ଧରିଲେ, ମୋ ହାତକୁ
ଜାବୁଡିକରି ଧରିଲେ
ଆଉ ପଚାରିଲେ:
ଆମେ ଗୋଟିଏ ଧାଡ଼ିରେ
ମାଙ୍କଡ଼ ପୁଳାଏ ଯାଉଥିଲୁ
ମୁଁ ଥିଲି ମଝି ମାଙ୍କଡ଼
ମୋ ଆଗରେ ଦିଇଟା
ଆଉ ପଛରେ ଦିଇଟା
ସବୁ ମିଶି ଆମେ ଛ ଟା!
ସେମାନେ କେମିତି ହେଲେ ଛ
କହ, ଶୀଘ୍ର କହ!
ସେଦିନ ତାଙ୍କ ହାତ
ଛିଞ୍ଚାଡି ଦେଇ
ଖୁବ ଜୋରରେ
ଦୌଡ଼ି ଆସିଥିଲି...
ହରିଅଜାଙ୍କ ସେଇ
ଅଖାଡୁଆ ପ୍ରଶ୍ନର ଉତ୍ତର
ଆଜି ଦେଇଥାନ୍ତି
କିନ୍ତୁ ହରିଅଜା ନାହାନ୍ତି!
Copyright @ Dillip K Swain
Bu şiiri puanla
Henüz puan verilmemiş