ପିଲାଦିନ- ୫ (Childhood-5)
D
0
Altın Yaprak
ପଞ୍ଚମ ଶ୍ରେଣୀକୁ
ନୂଆ ନୂଆ ଉତ୍ତୀର୍ଣ ହେଇଥାଏ!
ଜାମୁକୋଳି ଖାଇବାକୁ
ମୋର ଭାରି ଇଛା!
ଥରେ ଜାମୁକୋଳି ଗଛରେ ଚଢି
ଜାମୁକୋଳି ତୋଳୁଥିଲି
ହାଟଥ ଡାଳ ଭାଙ୍ଗିଗଲା
ଡାଳସହିତ କଚାଡି ହେଇ
ଦୁମକିନା କଚାଡି ହେଇ
ତଳେ ପଡ଼ିଗଲି!
ମୋ ଝିଅସାଙ୍ଗ କାକଳି
ତାଙ୍କ ବାପାକୁ ବଡ଼ପାଟିରେ ଡାକିଲେ!
କାକଳିଙ୍କ ବାପା ମୋତେ
ଉଠେଇ ନେଇ ତାଙ୍କ
ଘରକୁ ନେଇଗଲେ!
କିଛି ଘଣ୍ଟା ମୁଁ
କାକଳିଙ୍କ ଘରେ ରହିଲି...
କିଛି ସମୟପରେ
ମୋ ବାପା ଆସି
ମୋତେ ନେଇଗଲେ!
ଘଟଣାଟି ଏବେ ବି ମନେ ଅଛି!
କାକଳି ଯେବେକେବେ
ଦେଖା ହୁଅନ୍ତି
ସେଇ ଜାମୁକୋଳି କଥା ପଚାରନ୍ତି!
Copyright @ Dillip K Swain
Bu şiiri puanla
Henüz puan verilmemiş