ପିଲାଦିନ-୪ (Childhood-4)
D
0
Altın Yaprak
ଚକ୍ରଧର ସାର
ପାଖକୁ ଡାକି କହିଲେ:
ତୁ ତୁମ ଶ୍ରେଣୀରେ ପ୍ରଥମ ଆଉ ଗଣିତରେ
ତିନି ଅଙ୍କ ବିଶିଷ୍ଟ କ୍ଷ୍ୟୁଦ୍ରତମ ସଂଖ୍ୟା ପାଇଚୁ
ଆମକୁ ମାଂସ ଝୋଳ ଖୁଆଇବୁ!
ଚକ୍ରଧର ସାରଙ୍କ ପାଇଁ
ଭଲ ମାଂସ କିଲୋଟିଏ କିଣି
ବଜାରରୁ ଫେରୁଥିଲି,
ହାଟଥ ଜରିଟି ହାତରୁ ଖସିପଡିଲା
ମାଂସରେ ମିଶିଗଲା ବାଲି!
ମୁଣ୍ଡରେ ହାତଦେଲି
କଣ କରିବି?
ମୁଣ୍ଡକୁ ଏକବୁଧ୍ହି ପଶିଲା!
ମାଂସକୁ ଗୋଟେଇ ଆଣି
ଜରିରେ ଭରିଦେଲି!
ଚକ୍ରଧର ସାର ମାଂସଖାଇ
ଭାରି ଖୁସିହେଲେ, ଆଉ କହିଲେ
ମାଂସଟା ଭଲ ଥିଲା
କିନ୍ତୁ ଟିକି ବାଲିଆ ଲାଗୁଥିଲା!
ବାଗବାନଙ୍କୁ ମୋ ଦୋଷ
କ୍ଷମାକରିଦେବାପାଇଁ ପାର୍ଥନାକରି
ସ୍କୁଲରୁ ଘରକୁ ଫେରିଆସିଲି!
Copyright @ Dillip K Swain
Bu şiiri puanla
Henüz puan verilmemiş