ଜମା ଡାକ ନାହିଁ (Don't Call Me)
D
0
Altın Yaprak
ଆଜି ମୋର
ଖାଇବାକୁ ଇଛା ନାଇଁ
ଭୋକ ନାହିଁ, ଶୋଷ ନାହିଁ,
ଡକାନା ମୋ ପ୍ରିୟତମା
ମୁଁ ବାହାରିଛି କେଉଁଆଡେ
ଭୋକ, ଶୋଷ ଭୁଲି!
ମୋତେ ପଛରୁ ଡାକ ନାହିଁ,
ଜମା ଡାକ ନାହିଁ!
ମୁଁ ଜାଣିଚି,
ତୁମେ ଭୟ ପାଉଥିବ ଆଉ ଭାବୁଥିବ
ମୁଁ ସାଙ୍ଗରେ ଟର୍ଚ୍ଚ ଆଣିବାକୁ
ଭୁଲିଯାଇଛି!
ଟର୍ଚ୍ଚ ପକେଇ
ମୋତେ ପଛରୁ ଟାଣନାହିଁ
ମୋ ପ୍ରିୟତମା,
ମୋତେ ଅନ୍ଧାରରେ ବୁଲିବାକୁ ଦିଅ
ସର୍ପ, ସରୀସୃପଙ୍କୁ ଓ ବିଛା ମାନକୁ
ଅବସର ଦିଅ ମୋତେ
ଦଂଶନ କରିବାକୁ!
ଯେଉଁ ଅନ୍ଧାରର ଗୁପ୍ତକଥା
ଅପଢା ଓ ସଭିଙ୍କୁ ଅଜଣା,
ମୋତେ ଆଜି ପଢିବାକୁ ଦିଅ!
ମୋତେ ଡାକ ନାହିଁ ପ୍ରିୟତମା
ଆଜି ରାତ୍ର ଭୋଜନ
ମୋର କରିବାର ନାହିଁ!
ମୋ ଗନ୍ତବ୍ୟ ପଥରେ
ମୋତେ ଅଗ୍ରସର ହେବାକୁ ଦିଅ
ଟର୍ଚ୍ଚ ପକେଇ ପଛରୁ ଡାକ ନାହିଁ,
ଜମା ଡାକ ନାହିଁ!
Copyright @ Dillip K Swain
Bu şiiri puanla
Henüz puan verilmemiş