Zz Samudrare Sakaala (Oriya)

D Dr Tapan Kumar Pradhan Dr Tapan Kumar Pradhan
0 Altın Yaprak
(please see a crude English translation below) ସମୁଦ୍ରରେ ସକାଳ ଚାଲ ସବୁ ଲଂଗଳା ହୋଇ ସମୁଦ୍ରରେ ଗାଧୋଇବା ମୁଁ ନୁହେଁ, ତୁମେ ନୁହେଁ, ଏକୁଟିଆ କେହି ନୁହେଁ – ମା’ ବାପା, ସାଙ୍ଗ ସାଥୀ, ଭାଇ ଭଉଣୀ, ମୁଁ ତୁମେ ସାଙ୍ଗ ହୋଇ ମିଳି ମିଶି ଲମ୍ପ ଦେବା ସମୁଦ୍ରରେ ଉତ୍ତାଳ ଢ଼େଉ ସଙ୍ଗେ ଏକ ହୋଇ ମିଶି ନାଚି ଯିବା ପଡି‌ ଉଠି, ଭାସି ଯିବା ଭାସି ଯିବା ଫୁଙ୍ଗୁଳା ପିଠି ପରେ ବିଶ୍ୱାସର ହାତ ମାରି କଳି ନେବା ପରସ୍ପର ନିବିଡ଼ତା ଆତ୍ମିୟତା ସହୋଦର ବୁକୁ ପରେ ବୁକୁ ଦେଇ ମାପିଯିବା ହୃଦୟର ଗଭୀରତା ଜନ୍ମଦାତା କ୍ରୋଡ଼ ପରେ ନିଃସଂକୋଚେ ବସି ରକ୍ତର ସଂପର୍କକୁ ବୁଝି ନେବା ଆଉ ଥରେ ସଭ୍ୟତାର ଯତେ ସବୁ ଅସଭ୍ୟ ଆବରଣ ମୁଁ’ବାଦ, ସଂକୀର୍ଣ୍ଣତା, ସଂକୋଚର ପରିଚ୍ଛଦ ଲାଜର ଓଢ଼ଣା ସବୁ ଟିକ୍ ଟିକ୍ ଚି‌ରି ଫିଙ୍ଗି ଦେବା ସମୁଦ୍ରରେ, ଠେଲି ଦେବା ଦୂରେ ପୁଣି - ସ୍ନାନ ସାରି କୂଳେ ଆସି ଆବିଷ୍କାର କରିବା ଭେଦହୀନ ଆମେ ସବୁ ସମାନ ଏକେବାର ଖାଲି କଳା ଦେହ ଧଳା ଦେହ, ଟିକେ ସାନ ଟିକେ ବଡ‌ ମୋଟା କିଏ, ସରୁ କିଏ, ତା’ ନ ହେଲେ ବାସ୍ ମୁଁ ଯିଏ ତୁମେ ସିଏ, ବ୍ୟତିକ୍ରମ କେହି ନୁହେଁ ଚ୍ୟବନ – ସୂର୍ଯ୍ୟସୁତ ସମ ଅଭିନ୍ନ ଏକାକାର! ***** ସମୁଦ୍ରର କୂଳେ କୂଳେ ନଙ୍ଗଳା ପାଦ ପରେ ପାଦ ଥାପି ଦୌଡି‌ ଯିବା, ଦୌଡି ଯିବା ଛାଡି‌ ଯିବା ପଛେ ପଛେ ଅସଂଖ୍ୟ ପାଦ ଚିହ୍ନ ତୁମ ଆମ ବିଶ୍ୱାସର ଛଳହୀନ ନିଷ୍କପଟ ପ୍ରତୀକଟି ମାନ: ମୋହଗ୍ରସ୍ତ ଭୀତତ୍ରସ୍ତ ଦୁନିଆର ଅଗଣିତ ଜନତାର ଲାଗି ଏକ ଏକ ନୂତନ ମାଇଲ ଖୁଣ୍ଟି ଚିହ୍ନ – ଯାହାକୁ ଅନୁସରି ଆଗାମୀର ଦାୟାଦ ଗଢି‌ଯିବେ ନୂଆ ନୂଆ କୀର୍ତ୍ତି ମାନ, ଭୁଲିଯିବେ ଲାଜ ମିଛ ଭୟ ଅହଂ ମାୟା ମୋହ – ବିତରିବେ ଜଗତରେ ମାନବତାର ସଙ୍ଗୀତ ଦେବେ ଅନ୍ୟ ଏକ ସାମ୍ୟବାଦର ଆହ୍ୱାନ! ******* SUNRISE IN THE SEA Come let us bathe together naked in the sea No, not you, nor I, no - nobody alone But friends-parents, brothers-sisters, and you and I Together a-hugging let us plunge into the sea And rolling into one with the cascading waves Let’s dance away rising, falling, and float on away! Let us touch each torso with palms of trust To measure each other's fondness, nearness And pressing each brother close, breast to breast Let us fathom each heart's wideness, deepness; And rolling in the lap of the giver of our births Let us understand the relations of blood afresh…. Let us tear asunder all the vulgar clothes Of egoism, bigotry and shallow pretensions - And the flimsy veils of false modesty Let's throw them away into the all-conquering sea. And having finished our bath let’s come to the shore And let us in the soft cool halo of morning discover That we are in no way different from others - Just fair body, dark body, little plump, a little thin One is big, one is small - or else lo! I am you, and you are I, alike and also Identical without any identifying gloss Like Chyavana and Ashvinikumaras! ***** ***** Stride after stride, along the sea strand's wild Sands, let us sprint on, sprint on...... And leave behind us a thousand footprints, Following which our scions of future Shall forge new roads and new worlds discover, And forget lust, anger, fear, falsity And ego, Maya, and false modesty. - - o- -

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.