ଜଗନ୍ନାଥ ଦାସ-4 Jagannath Das-4
G
0
Altın Yaprak
ନିଷ୍ପାପ ଅଟେ ଯେଉଁ ନର,
ସ୍ୱର୍ଗାପବର୍ଗ ନୁହେଁ ଦୂର-
ଅତିବଡି ଜଗନ୍ନାଥ ଦାସ।
କିଏ ନିଷ୍ପାପ?
ପାପ କଣ?
ସ୍ୱର୍ଗରେ ଥାଏ କଣ?
ମୋ କର୍ମ ମୋ ବୁଦ୍ଧି ମତି
ଶୁଦ୍ଧ ହେବ କେମିତି?
ପାରୁ ନି କହି
ଏଠି ମୁଁ ଦୁଃଖରେ,
ଜାଣି ନି ମୁଁ
ଦୁଃଖ କଣ?
ଅତି ଅଳ୍ପ ସମୟ
ଏଠି ମୋଠି।
କରିବି କଣ?
ଆଖି ପିଛୁଳାକେ
ଯାଉଛି ବଦଳି ସବୁ,
ଦୃଶ୍ୟାଦୃଶ୍ୟ ନାହିଁ
କିଛି ଆଉ।
ଦୂରରେ ମୁଁ
ମୋ ନିଜ ଭାବନାଠୁ।
Bu şiiri puanla
Henüz puan verilmemiş