ଆଇସାନୀ ଭାଇଧନ Aaeshanee's Brother
G
0
Altın Yaprak
ତାକ୍ ଧେଇ ଧେଇ
ଗଜାନନ ମିଶ୍ର
ଆ, ଆ, ଆରେ ବାଇଚଢେଇ,
ଦେ ଆଭିକେ ଉଡେଇ।
ଦୁଦୁଭାତ ଖୁଏଇ
ଦେ ଆଭିକେ ଶୁଏଇ।
ଆଭି ମୋର ଆଭ୍ୟାନ,
ଆଇସାନୀ ଭାଇଧନ।
ଆ ଆ ଆରେ ବାଇଚଢେଇ,
ଦେ ଆଭିକେ ଉଡେଇ।
ଦୁଦୁଭାତ ଖୁଏଇ
ଦେ ଆଭିକେ ଶୁଏଇ।
ଆଭି ମୋର ଆଭ୍ୟାନ
ଆଇସାନୀ ଭାଇଧନ।
ଆଇସାନୀ ସାଙ୍ଗେ ପଢିବ
ଭଲ ମଣିଷଟେ ହୋଇବ।
ଆଇସାନୀ ନାନୀ ଡାକିବ
ଆଇସାନୀ ଗେଲ କରିବ।
ଆଭ୍ୟାନ ଭାଇ ହସିବ
ଆଭ୍ୟାନ ଭାଇ ଖେଳିବ।
ଆଇସାନୀ ସାଙ୍ଗେ ପଢିବ,
ଭଲ ମଣିଷଟେ ହୋଇବ।
ଆଇସାନୀ ନାନୀ ଡାକିବ,
ଆଇସାନୀ ଗେଲ କରିବ।
ଆଭ୍ୟାନ ଭାଇ ହସିବ,
ଆଭ୍ୟାନ ଭାଇ ଖେଳିବ।
ଆ, ଆ, ଆରେ ବାଇଚଢେଇ,
ଦେଖ୍ ଆଭ୍ୟାନ ପଡିଛି ଶୋଇ
ଆଣିଛୁ ଯେତେ, ଦେ ସେଇଠି ଥୋଇ
ଉଠିଲେ ତୁ ନଚେଇବୁ, ତାକ୍ ଧେଇ ଧେଇ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
6/11/2019
Bu şiiri puanla
Henüz puan verilmemiş