ପ୍ରତିମୁହୂର୍ତ ମା At Every Moment Mother
G
0
Altın Yaprak
ପ୍ରତିଦିନ ମା,
ପ୍ରତିମୁହୂର୍ତ ମା,
ମା, ମା, ମା ।
ଦିନକୁ ଦିନ
ଆବୋରି ବସିଥାଏ
ମା।
ମା ନ ଥିଲେ,
କୋଉଠି ଆଉ ସନ୍ତାନ?
ମା ମାଟି ବଡ
ଆକାଶଠୁ ।
ସତ୍ୟଧର୍ମର
ପ୍ରତୀକ ମା।
ଛୁଇଁ ପାରେ ନା
ଅକାଳ ଚଡକ
ଥିଲେ ପାଖରେ ମା ।
ଭୂତ ଭବିଷ୍ୟତ
ଆଉ ବର୍ତମାନ
ମା ହିଁ ଜାଣେ।
ମା ବିନୁ
ନାହିଁ ରକ୍ଷା କାହାରି।
ମା ପ୍ରକୃତି,
ମା ପାଖରେ
ନାଇଁ ମାୟା,
ବୁଝିବ କିଏ
କଣ ମା,
କାହାଠି ଶକ୍ତି?
ମା ଥିଲେ ଫରକ
ରହେ ନାଇଁ
ପାପପୁଣ୍ୟ କିଛି।
ରକ୍ଷା କରେ,
କରିପାରେ,
କେବଳ ମା,
ଦୁର୍ଗତିରୁ।
ବିଅର୍ଥ ହୁଏ ନା
ଜୀବନରେ
କିଛି ଆଉ।
ଅମୃତ ଝରୁଥାଏ
ମାତୃଭାଷାରେ କେବଳ,
ସାର୍ଥକ ହୁଏ,
ଚାହେଁ ଯେବେ
ଶୁଭ ଦୃଷ୍ଟିରେ ମା,
ଜୀବନ କାଳକାଳ।
Bu şiiri puanla
Henüz puan verilmemiş