ତପୋବନରେ At Tapobana
G
0
Altın Yaprak
ଶୂନ୍ଯ ବିହାର
ଗଜାନନ ମିଶ୍ର
କିଏ କାହାକୁ ଛାଡୁଛି
କି ଧରୁଛି!
କବିତା ମତେ
କି ମୁଁ କବିତାକୁ!
ଶୂନ୍ୟେଇ ଯାଉଛି କି
ଦେହ ମନ ଶୂନ୍ୟରେ!
ନା ଶୂନ୍ୟ ଧରୁଛି ଜାବୋଡି
ମତେ ବାଙ୍କରେ!
ବାଙ୍କବିହାରୀ ଦେଖୁଛି,
ଦେଖୁଛି ମତେ ସତରେ!
ନା ମୁଁ ଦେଖି ପାରିଛି
ଆଉ ଧରିଛି କେବେ!
ମୁଁ ତପୋବନରେ
ମୁଁ ପାହାଡତଳେ
ମୁଁ ପାଣିବନ୍ଧରେ
ଧରୁ ଧରୁ ଛାଡୁ ଛାଡୁ
ଏଠାରେ ଏତେବେଳେ।
କଣ କରିବାକୁ ମୁଁ?
କୋଉଠି କିଏ ରହି
କରୁଛି ଏତେସବୁ?
ପାଉଛି କଣ ଆଉ
ହରାଉଛି କଣ
କହୁଛି କିଏ କାହାକୁ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
13/10/2019
Bu şiiri puanla
Henüz puan verilmemiş