ତମର ଗିତyour Song
G
0
Altın Yaprak
ତମର ମା ତମର,
ମୋର ମା ମୋର।
ତମର ମାଏଟ ତମର
ମୋର ମା ମୋର।
ତମର ଗିତ ତମର
ମୋର ମାଏଟ ମୋର।
ମୋର ଗିତ ମୋର ତରା,
ମୋରଟା ମୋର
ତମରଟା ତମର।
ତମରଟା ମୋର
ହେବା କେନ୍ତା?
ମୋରଟା ଭି
ହେଇ ନେଇଁ ପାରେ ତମର।
ହେତା କେନ୍ତା ଯେ!
ତମେ ଉଦତିଆଡେ
ଆରୁ ମୁଇଁ ବୁଡତିଆଡେ।
ତମେ ବାଏଲସରିଆ
ମୁଇଁପଥରିଆ।
ତମେ ଲନ୍ଦଫନ୍ଦିଆ
ଚାଲୁ ଚାଏରଶବିଶ।
ମୁଇଁ ସରଲିଆ
ସିଧାସଲଖ ଝାଡସିଁବିଷ୍।
ଚିନିବାଗିର୍ ମିଠାକଥା
ନେଇଁପାରେଁ କହି, ରାଗଲେ
କହେସିଁ କୁଟ ସଲାକେ।
ରାଗଲେ ତମେ
ମିଠାଟେ ଦେସ ଖୁଏଇ
ଆରୁ ପେନ୍ଦିକାଟି
ଘିଚିନେସ କଏଲଜାକେ।
ଆମେ ଉଲଟାପୁଲଟା,
ହେଇ ନେଇଁପାରେ
ଗୁଟେଠାନେ ହିସାବକିତାବ।
ତମରଟା ତମେ
ମୋରଟା ମୋର।
Bu şiiri puanla
Henüz puan verilmemiş