କହେବାର ଆଘୁ Before Speaking
G
0
Altın Yaprak
କହେବାର ଆଘୁ
ଗଜାନନ ମିଶ୍ର
ନିକଲେଇ ଦେ
ଭିତରୁ ପହେଲା ଡର।
ହେତାର ଉତାରୁ ଦେଖବୁ
ଗେରମେଟେଇ ପଡିଛେ
ପାଦତଲେ ତୋର ଶତରୁ।
କେନଟା ଶତରୁ ବୋ
ନେଇଁ ଜାନଲୁ?
ଏତକି ସେତକି ହେଲା ନ
ଗାଜି ଦେଲା ନ ମୁଡ
କାମର ନେଇଁସେ ଚନାଗୁଡ।
ଠିକ୍ ଅଛେ
କହେମା ହେତାର ଉତାରୁ
କହେବାର ଆଘୁ ପଚରାସିଁ
ତୁଇ କାଣା ପଚରଉଛୁ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/9/2019
Bu şiiri puanla
Henüz puan verilmemiş