ଆଗେଇ ଆସନ୍ତୁ Come Forward
G
0
Altın Yaprak
ଜୁହାର କରୁଛି,
କରୁଛି ପ୍ରଣାମ,
କରୁଛି ନମସ୍କାର।
କରୁଛି ପ୍ରାର୍ଥନା,
ଆଗେଇ ଆସନ୍ତୁ
ସାର୍, ଭାଇନା,
ଖୋଜିବା ସୁନା
ଏ ଜାତିର ପାଉଁଶରୁ।
ପାଉଁଶକୁ କରିବା ଖତ,
ପୁଂଜି କରିବା
ଆମରି ଅତୀତ,
ହେବା ଶକ୍ତ
ପୃଥ୍ୱୀକୁ
କରିବା ଆୟତ୍ତ।
ମନ୍ତ୍ରପୂତ କରି
ଆମରି ଶବ୍ଦକୁ,
ବ୍ୟବହାର କରି
ଆମରି ଭାଷାକୁ,
ମାଟି ଉପରେ
ଫଳାଇବା ନୂତନ
ଆଶା ବିଶ୍ୱାସର ଫଳ,
ପାଇ ଯାହାକୁ
ଏ ଧରାର ସମସ୍ତେ
କରିବେ ଆପଣା ଆପଣା
ଜୀବନ ଧନ୍ୟ।
ଆମେ ଇ ଆଦ୍ୟ
ଆମେ ଇ ଅଛେ ମୂଳରେ,
ଜଗତ ଆମର,
କେହି ମରିବା ନି,
କେହି ହେବା ନି ନଷ୍ଟ,
ନାହିଁ ମନସ୍ତାପ,
ଆମେ ନିଷ୍ପାପ।
ଆସ ଭାଇନା, ଆସ,
ଖେପିବା ଆକାଶ,
ଆମେ ପୂର୍ଣ ପୁରୁଷ,
ପୂର୍ଣରେ କରିବା ପୂର୍ଣ
ସମସ୍ତ ଆୟୂଷ।
କବିତା କବିତାରେ
ସଂଚରେଇଦେବା ଆମର
ସ୍ୱପ୍ନ, ଆମେ ଦେଖିବା
ସଚରାଚରରେ
ଝଟକୁ ଥିବା ଆମରି ଦିନ।
ଆମେ ଗୃହୀ
ଆମେ ସନ୍ନ୍ୟାସୀ
ଦେହ ଆମର
ରୂପ ଆମର
ସବୁ ରଙ୍ଗ ଆମର,
ଆମଠି ରହିଛି ପୂରି
ସବୁ ଆୟ ଅଳଙ୍କାର।
ଆମ ପାଖରେ
ଏ ଯୋଉ ସମୟ ଅଛି ଭାଇନା,
ଏଇଟା ଚିରକାଳର।
ଆସ, ଭାସିବା
ଆସ, ହସିବା
ଆସ, ଏକାଠି ହେବା
ଆସ, ସତ୍ୟକୁ ଠାବ କରି
ସତ୍ୟକୁ ରଖିବା
ସତ୍ଯ ଜାଗାରେ।
ଆମେ ହେବା ପାଉଁଶ,
ଆମକୁ ଅଣ୍ଡାଳି
ପାଇବେ ସମସ୍ତେ ସୁନା,
ଆମକୁ ନେଇ
ସମସ୍ତେ ହେବେ ସମୃଦ୍ଧ,
ଆମ ପାଇଁ ହେବେ ସ୍ୱଚ୍ଛ,
ଶୁଦ୍ଧ, ଶାଶ୍ବତ,
ପ୍ରେମ ପ୍ରୀତି ଆମର
ଅସ୍ଥିମଜ୍ଜାଗତ,
ଆମେ ହେବା
ଶୃଙ୍ଖଳିତ, ପ୍ରତିଷ୍ଠିତ।
ଚିହ୍ନାଅଚିହ୍ନା ସଭିଙ୍କୁ ସାଉଁଟି
ଆମେ ଗଢିବା ଆମର
ଉଜ୍ଜଳ ଭବିଷ୍ୟତ ।
ଆମ ଅସ୍ତ୍ର
ଆମ ଭାଷା,
ଆମ ହୃଦୟରେ
ଭର୍ତ୍ତି ଆଲୁଅ,
ସେଇ ଆଲୁଅରେ ଭାଇନା
ଆସ, ନୂଆ ମାଧୁରୀ ନୂଆ ଚାତୁରୀ
ସଭିଙ୍କୁ କରିବା ପୁଲକିତ।
ଅମଳିନ ପ୍ରାଣ ଆମର,
ରଖି ଦେବ ନି କୋଉଠି
କାହା ପାଇଁ ବି
ଟିକିଏ ବି ଅନ୍ଧାର।
Bu şiiri puanla
Henüz puan verilmemiş