ଆଜି ଏ ଜହ୍ନ, Today This Moon
G
0
Altın Yaprak
ଅଖଣ୍ଡ, ଅଖଣ୍ଡ ଆଜି ଏ ଜହ୍ନ,
ଅଖଣ୍ଡ ଜୀବନ, ମନ।
ଅଖଣ୍ଡତା ଭିତରେ ନାହିଁ ସନ୍ତାପ,
ନାହିଁ କଷଣ, ଅଛି ରକ୍ଷଣ, ଅଛ ତୁମେ ପୂର୍ଣ।
ନଟକୂଟ ଛନ୍ଦକପଟ ଥିଲେ ବି ଯେତେ ଯୋଉଠି
ପାରୁ ନି କରି କିଛି କ୍ଷତି,
ସତ୍ୟରେ ନିଷ୍କାମରେ ଅଛି ବୋଲି
ପାରୁଛି ଦେଖି ତୁମ ଦିବ୍ୟ ଜ୍ୟୋତି।
ଅବଶ୍ୟ ଅଛି ପ୍ରେମ, ଅଛି ସତ୍ୟର ପ୍ରଭୁପଣ,
ଲାଗୁଛି ଉଶ୍ୱାସ ଥିବାରୁ ଜ୍ଞାନ,
ଅଛି ବୋଲି ନାମ ହେଉଛି ଦୁଃଖର ଖଣ୍ଡନ।
ନିମିଷରୁ ନିମିଷ ଖସୁଛି ଦିବସ,
ରୂପରେ ଅରୂପ ଆଉ ଅରୂପରେ ରୂପ
ଯାଉଛି କଟି ବର୍ଷ ମାସ ଦିନ।
Bu şiiri puanla
Henüz puan verilmemiş