ପାର ହେଉଛି ନଈcrossing The River
G
0
Altın Yaprak
ଜନ୍ମ ଆଉ ଦେହ,
ଦେହ ଆଉ ଦାହ,
ଦାହ ଆଉ ପ୍ରେମ,
ପ୍ରେମ ଆଉ ଘୃଣା,
ଘୃଣା ଆଉ ଦୟା,
ଦୟା ଆଉ ଭୟ,
ଭୟ ଆଉ ଭାଗ,
ଭାଗ ଆଉ ଭଉଁରୀ
ସବୁକୁ ନେଇ
ମୁଁ ପାର ହେଉଛି
ନଈ।
ନଈରେ ପାଣି
ଅଛି କି ନ ଅଛି
ପରବାଏ ନାଇଁ।
କିନ୍ତୁ ମୁଁ
ହେଉଛି ପାର୍,
କର କି ନ କର
ସ୍ୱୀକାର।
ଯିବାରେ ବ୍ୟସ୍ତ ମୁଁ,
ବାକିରେ ନାଚାର୍।
ରହିବା
ନାହିଁ ଅଧିକାର,
ଭାବକୁ ନେଇ
ଛାଡ ଅଭାବରେ
କରିବା ବିଚାର।
Bu şiiri puanla
Henüz puan verilmemiş