ବିପତ୍ତି ଅଛି Danger Is There
G
0
Altın Yaprak
ବିପତ୍ତି ଅଛି
କିଛି ନ କଲେ ବି।
ବିପତ୍ତି ଅଛି
ପ୍ରତ୍ୟହ ସକାଳେ।
ବିପତ୍ତି ଅଛି
ଚାଲୁ ଚାଲୁ ପଡିବ ଝୁଣ୍ଟି।
ବିପତ୍ତି ଅଛି
ଫିଟିବ ନି ପାଟି।
ବିପତ୍ତି ଅଛି
ହୋଇଯିବ ବନ୍ଦ
ଚଲାବୁଲା ସବୁ।
ବିପତ୍ତି ଅଛି
ଚାଲି ଯାଇପାରେ ପ୍ରାଣ
ବିନା କାରଣରେ ବି।
ବିପତ୍ତି ଅଛି
ପଚାରିବାକୁ ଭଲମନ୍ଦ
ନ ଥିବେ କେହି।
Bu şiiri puanla
Henüz puan verilmemiş