ବିନା କବିତାରେ Without Poems
G
0
Altın Yaprak
କିଛି ହେଲା ନାହିଁ ବୋଲି
ଲେଖିଲି କବିତା,
ନା କବିତା ଲେଖିଲି ବୋଲି
ଆଉ କିଛି ପାରିଲି ନି କରି!
କବିତା ଲେଖିଲି ବୋଲି
ଚିହ୍ନିଲି ସଭିଙ୍କୁ,
ନା ଚିହ୍ନିଲି ସଭିଙ୍କୁ ବୋଲି
ଲେଖିଲି କବିତା!
ଗୂଢ କଥା, ମୁଣ୍ଡ ବ୍ୟଥା,
ଜୀବନରେ ଖାଲି ଅଥା।
କିଛିର ନାହିଁ ସ୍ଥିରତା,
କବି ନାହିଁ, ନାହିଁ କବିତା।
ତଥାପି ବଂଚିବା,
ବିନା କବିତାରେ କି ବଂଚିବା?
Bu şiiri puanla
Henüz puan verilmemiş