ମାଟି ପାଇଁ For The Earth
G
0
Altın Yaprak
ଭୁଆ ବିରାଡିର ନୁହେଁ
ଏ ଆନ୍ଦୋଳନ, ଆଉ ଏ ସବୁ ହଇହଲ୍ଲା,
ରାଂପି ବିଦାରି ହେବାର ନାହିଁ କିଛି ମହାଶୟ।
ମୁଁ ବି ନୁହେଁ
ବୁଢୀ ମା କାହାଣୀର ସୂତ୍ରଧର
ଗୋଟାଇ ଆଣି
ବ୍ୟାଗରେ ଭରିବି ସମୁଦ୍ର।
ଯାହା ଯେତେ ଯିଏ ଯୋଉଠି
ମିଶିବାର ମିଶିଛନ୍ତି ଆଉ
କହିଛନ୍ତି କରିଛନ୍ତି ସାଧ୍ୟମତେ।
ପତ୍ରଟା ହୋଇଛି ଆହୁରି ଶାଗୁଆ,
ମହାନଦୀ ହୋଇଛି ଆହୁରି ଗୋଳିଆ।
ଆକାଶ ଶବ୍ଦରେ ମୁଖରା,
ଏଠାକାର ସୂର୍ଯ୍ୟଚନ୍ଦ୍ର ନିଆରା।
ପ୍ରଜାପତି ଖୋଜିବାକୁ
ବାହାରୁ ନି ଆଉ ମୁଁ ଘରୁ।
ଥରଥର ଦେହରେ
ସାଉଁଳିଛି ପେଟପିଠି।
ରାଗରୁଷା ଭୁଲି ମୁଁ ବି
ମରାମତି କରିବାକୁ
ଆସିଛି ନିଜକୁ।
ଭିଡାମୋଡା କମି ନାହିଁ ଅବଶ୍ୟ,
ଅନେକ ବାସ୍ନା କରିଛି ବି ଅସ୍ତବ୍ୟସ୍ତ ।
ଅସଂଖ୍ୟ ଅସଂଖ୍ୟ ଉଠିଛି ଢେଉ,
ଆକାଶ ପୁଣି ବାହାରିଛି
ଅଜଗର ପେଟରୁ।
ଜୁଆରକୁ ନାହିଁ ଭୟ ମୋର,
ଆକାଶକୁ ଜଗେଇଛି ପଥ।
ଅରଣ୍ୟର ଭୂଗୋଳରେ
ଖୋଜିଛି ଉତ୍ତର।
ପାଇଛି ଏ ମାଟି ଖଣ୍ଡକ,
କରିଛି ଗ୍ରହଣ ଦ୍ୱିଧାରେ ଯଦିଓ।
ମାଟି ପାଇଁ ଖୋଲିଛି ପାଟି,
ପାଟି ପାଇଁ ଅଛି ଭାଷା,
ଭାଷା ପାଇଁ ଶବ୍ଦ
ଆଉ ଏଇଟା ଝରିଛି
ହୃଦୟରୁ।
ହୃଦୟକୁ ହୃଦୟ ସହିତ
ଯୋଡିବା କାମ ସରି ନି।
ଆନ୍ଦୋଳନ ଥମି ନି
ଅକ୍ଷାଂଶ ଓ ଦ୍ରାଘିମା ଭିତରେ
ଘଟଣାକ୍ରମକୁ ସଜଡା ଯାଇ ପାରି ନି।
ସତ୍ୟ ପ୍ରେମର ପରୀକ୍ଷା
ଆହୁରି ଦେବାକୁ ଅଛି
ସୂର୍ଯ୍ୟଙ୍କ ଏ ଆଦ୍ୟ ଇଲାକାରେ,
ଗୀତରେ ଗୀତରେ ଗଳ୍ପ ଗୁନ୍ଥିବାର ଅଛି
ପ୍ରଶ୍ନ ଆଉ ଉତ୍ତର ଛଳରେ।
Bu şiiri puanla
Henüz puan verilmemiş