ଏଠାରେ ଲେଖୁଛି Here Writing
G
0
Altın Yaprak
ଲେଖୁଛି ଯାହା
ଗଜାନନ ମିଶ୍ର
ଯାହା ଯେତେ ଏଠାରେ
ଲେଖୁଛି, କାହା ପାଇଁ କି!
ଆରେ ଭାଇ, ଯୋଉ
ସ୍ୱର୍ଗୀୟ ସାପଟା ଏଇଠି
ଜିଭରେ ଦାନ୍ତରେ ଲାଂଜରେ
ଫୁଟାଉଛି ଫୁଲ ଆଉ
ନେଉଛି ପାଉଣା କୋଉ ମାର୍ଗରେ
ନ ଜାଣ କି!
ଏତେ ସେତେ ହେଲାଣି
ମେଘ ଆକାଶର ଖେଳ
ପବନ ପାଣି ମାଟିକୁ ଧରି
ଅନ୍ଧାରରେ ଆଲୁଅରେ
ଡେଙ୍ଗୁରାପିଟା ସରିଲାଣି
ଘାଟରେ ବାଟରେ ଆଉ ଆଉ
ସମସ୍ତେ କହିଲେଣି ଯାହା
ନ କହିବା କଥା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
29/01/2020
Bu şiiri puanla
Henüz puan verilmemiş