ମଣିଷ ଜୀବନ Human Life
G
0
Altın Yaprak
1
ଜୀବନଟା ଚାଲେ
ଲଙ୍କାଗଡେ,
ନିଶାଚର ଚାରିଆଡେ।
2
ଶୌର୍ଯ୍ୟ ଆଉ ଧୈର୍ଯ୍ଯ
ମୋର ଦୁଇ ଗୋଡ।
ସତ୍ୟ ଆଉ ପ୍ରେମ
ମୋର ହୃଦୟ କବାଟ।
ଜ୍ଞାନ ଆଉ ପରହିତ
ମୋର ଦୁଇ ହାତ।
ଦୟା ଆଉ କ୍ଷମା
ମୋର ଦୁଇ ମିତ।
ସନ୍ତୋଷ ଆଉ ବିବେକ
ମୋର ଦୁଇ ଶକ୍ତି।
ସଂଯମ ନିୟମରେ
ମୋର ଗତି।
ନିର୍ମଳ ଆଉ ଅଚଳ ମୁଁ
କେମିତି ରହିବ ରହୁ
ଅନ୍ୟାୟ ଆଉ ଅନ୍ଧାର
ଶତ୍ରୁ ମୋ ବାଣୁ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
11/11/2019
Bu şiiri puanla
Henüz puan verilmemiş