ମଣିଷ, ସତର୍କ,Stay Cautious Men
G
0
Altın Yaprak
ସ୍ଥିର ନୁହେଁ, ଜଡ
ଗଜାନନ ମିଶ୍ର
ଜଡ-ସ୍ଥିର କି କାମର?
ସ୍ଥିର ନୁହେଁ, ଜଡ।
ଜୀବନକୁ ବିପଦ।
ଆଉ କେତେ କରିବ ସହ୍ୟ
ପ୍ରିୟ ମଣିଷ, ରୋକ ନା
ନିଜ ହାତେ ନିଜ ବିକାଶ।
ଅର୍ଥବ ସ୍ଥାଣୁ ଅନ୍ୟାୟୀ ଗାଲୁ
ତୁମକୁ ରଖିଛି ଭୁଆଁ ବୁଲାଇ
ପ୍ରିୟ ମଣିଷ, ବାହାରି ଆସ
ବିଲୁଆ ଗାତରୁ ଶିଘ୍ର ।
ତୁମେ ଶକ୍ତ, ତୁମଠି
ତୁମ ବିଶ୍ୱାସ, ନିଜ ଉପରେ
ଭରସା ରଖ, ତୁମେ ଇ
ସବୁ ଆଲୋକର ପ୍ରତୀକ।
ହାତଛଡା କର ନି
ମିଳିଛି ସୁବର୍ଣ୍ଣ ସୁଯୋଗ ଆଜଦିନ
ଆକାଶ ଆକାଶ ବ୍ୟାପୀ ଦେଖ
ଉଠୁଛି ଫୁଟି ପଦ୍ମ।
ଅନେଇ ରହିଛି ବ୍ରହ୍ମବ୍ରହ୍ମାଣ୍ଡ
ଜଡ ଭାଙ୍ଗି ସମୟ ସହିତ
ଉଠ ଉପରକୁ ମାପିବାକୁ
ନୂଆ ଦିଗବଳୟ।
ପ୍ରିୟ ମଣିଷ, ଉଠ
ମା ମାଟି ମାତୃଭାଷାର
ପୋଛିଦିଅ ଲୁହ, ଉଠ
ପ୍ରିୟ ମଣିଷ ଉଠ
ସାରା ଦୁନିଆକୁ କହିଦିଅ
କିପରି ତୁମେ ଝଲସି ପାର
ଆଉ ବ୍ୟାପିପାର ସମୁଦ୍ର ସମୁଦ୍ର।
ଉଠ ଉଠ, ଦେଖ
ଆଜିର ଏ ନୂଆ ସୂର୍ଯ୍ୟ
ତୁମର, କେବଳ ତୁମର।
ତପୋବନ, ଟିଟିଲାଗଡ, ବଲାଙ୍ଗିର,
19/4/2019
ଢେଙ୍କାନାଳ ରେଳଷ୍ଟେସନ ।
Bu şiiri puanla
Henüz puan verilmemiş