ସତ୍ୟ ଅଛି ଜାଣେ I Know Truth Is There
G
0
Altın Yaprak
ସମୁଦ୍ର ସମୁଦ୍ର ଭାବ ଭିତରେ
ତଳ ଉପର ମୋ ନାବ,
ଚିହ୍ନିବି ଚିହ୍ନିବି ହେଉଛି ନିଜକୁ
କେମିତି କିଏ କେଉଁଆଡେ ନେବ।
ଘାଣ୍ଟି ହେଉଛି ହୃଦୟ
ପୁରୁଷ ପୁରୁଷ ଧରି ରହିଛି ଫଶି
ରୋମଚର୍ମ ମାୟାରେ ପାରୁ ନି
ଜାଣି ନ୍ୟାୟଅନ୍ୟାୟ ଦିଗ।
ଅସତ୍ୟ ଅସତ୍ୟ କହିବାକୁ
ଓଲଟୁ ନାହିଁ ଜିଭ
ସତ୍ୟ ଅଛି ଜାଣେ ଆଉ ଯାଇ
ସେଇଠି ବସାଉଛି ଭାଗ।
Bu şiiri puanla
Henüz puan verilmemiş