ସତ ବି ଏହା It Is Also True
G
0
Altın Yaprak
ଅଛି କିଏ ମୋ ଉପରେ?
ଉପରେ ଆକାଶ, ତାରା ଗ୍ରହ ନକ୍ଷତ୍ର ସବୁ,
ତଳେ ମାଟି, ମତେ ସମ୍ଭାଳି ରଖିଛି।
କାହାଠାରୁ ଆଣିଛି କି ଋଣ?
ମୁଁ ମୋର ଅଛି ମସ୍ତିରେ,
ଯାହା ମିଳିଲା ଯେତେବେଳେ
ଖାଉଛି ପିଉଛି ପିନ୍ଧୁଛି,
ଯୋଉଠି ମନ ସେଇଠି
ବସୁଛି ଶୋଉଛି ନିଜ ମର୍ଯ୍ୟାଦା ରଖି।
କାହାର କଣ ଯାଏ କି ଆସେ?
ମନ ବିବେକ ବୁଦ୍ଧି
ଠିକ୍ କହିଲେ ଯୋଉଟା
କହିଲି ସେଇଟା, କଲି ସେଇଟା।
କାହାର କଣ ଗଲା?
କିଏ ସହିଲା କି ନ ସହିଲା
ମୋର କଣ ଗଲା?
ମତେ ମିଳିବାର ଅଛି ଯୋଉଟା
ଅବଶ୍ୟ ପାଉଛି ତାହା,
ମତେ ଯିବାର ଅଛି ଯୋଉଠିକୁ
ଅବଶ୍ୟ ଯାଉଛି ପହଂଚି
ଠିକଣା ସମୟରେ।
ଘଟୁଛି ଯାହାଯେତେ ଏଠି
ଆମ ଭିତରୁ କେହି ନୁହଁ କାରଣ।
ଆମ ଆୟତ୍ତ ବାହାରେ ସବୁ କିଛି,
ତଥାପି ଭଲମନ୍ଦ ଆମର ଦେଖିବାର ଅଛି।
ସତ ବି ଏହା, ଯାହା ଯେତେବେଳେ
କରୁଛୁଁ ଇଚ୍ଛା ମିଳି ଯାଉଛି ତାହା।
Bu şiiri puanla
Henüz puan verilmemiş