ଲଲିପପ୍ Lallipop
G
0
Altın Yaprak
ଲଲିପପ୍
ନାଇଁ ଧରାଅ ଆଉ।
ଆଇସ୍କ୍ରିମ ଆଉ
କେକ୍ ଠାରୁ ବି
ଦୂରରେ ଏବେ ମୁଁ।
ଆଖି, ବାଳ, ଗାଲ,
ଏସବୁର ଯତ୍ନ ପାଇଁ ବି
ସମୟ ନାଇଁ ମୋଠି।
ପଥର କେମିତି ବଂଚେ
ପଢୁଛି ସେଇଟା ଏବେ।
ପଡିବାର ନାଇଁ ମୋର
ଇନ୍ଦ୍ରଧନୁ ପଛରେ କି
ଦରକାର ନାଇଁ ବି
ମତେ ହସ ଟିକିଏ।
Bu şiiri puanla
Henüz puan verilmemiş