ଉଠିବା ଏଥର Let Us Rise
G
0
Altın Yaprak
ଅନୁମୋଦନ
କୋଉଠି ମୁଁ?
ମୁଁ କଣ ମୋ ମାଟିରେ?
କାହା ସହିତ କଥାବାର୍ତା ହେଉଛି
ସକାଳ ପାଇଲାମାତ୍ରେ?
ମୋ ଭାଇ ମୋ ଭଉଣୀ ସହିତ ତ!
ମୁଁ ମୋ ସହିତ ଅଛି,
ଅଛି ମୋ ପାଖରେ ମୋ ହାତ ଗୋଡ
ପିଠି ପେଟ, ମୁଁ ଧନ୍ୟ ।
ମୁଁ ଯାଉଛି ଆଉଛି ରହୁଛି
ହସୁଛି ନାଚୁଛି କାନ୍ଦୁଛି
ଆଉ ଦେଖୁଛି ଶୁଣୁଛି।
ପାରୁ ନି ଜାଣି
କଣ ହେଉଛି କେତେବେଳେ କୋଉଠି।
କିନ୍ତୁ ଅଛି ସଭିଙ୍କ ସହିତ
ଆଉ ମୁଁ ମୋହିତ ସମସ୍ତଙ୍କର
ପ୍ରେମରେ ଶ୍ରଦ୍ଧାରେ ଭାଷାରେ।
ମୋ ଭାଷା ମତେ ହିଁ ଦିଏ
ପରିଚିତି, ଆଉ ମୁଁ ସମୃଦ୍ଧ ସେଥିରେ।
ଏଠି ଯିଏ ଯାର ଭାଷାରେ ମସଗୁଲ,
ବାଘ ସିଂହ ଭାଲୁ କୋଇଲି କାଉ।
ନିଅନ୍ତି ନି ଜଣେ ଆନର ଭାଷାକୁ,
ଆଉ ନ ନେଇ ବି କିଛି ରଖନ୍ତି ସ୍ନେହ
ସଦ୍ଭାବ ଧରିତ୍ରୀବକ୍ଷରେ।
ଆଉ ଆମେ?
ଆମେ କିଏ? ଅଛେ କୋଉଠି?
କିଏ ଅଛି ଆମର ମାଲିକ?
ଆମେ ହିଁ ଆମର ମାଲିକ,
ଅବଶ୍ୟ ସତ।
ପାଣି ପବନ ଆଲୁଅ ଆକାଶ
ଆମର ମିତ।
ଆମଠୁ ନାହିଁ କେହି ବଡ,
ଆମେ ଅବଶ୍ୟ ଋଣୀ
ସଭିଙ୍କ ପାଖରେ,
ଆମକୁ ମିଳିଛି ଶକ୍ତି
ବଢେଇବାକୁ ଅଛି ଯାହା ଆମଠି
ଆଉ ଝଲସେଇବାକୁ ଜଗତକୁ।
ଉଠିବା ଏଥର,
କ୍ଷୟ କରିବା ଶତ୍ରୁକୁ।
Bu şiiri puanla
Henüz puan verilmemiş