ମା Mother

G Gajanan Mishra Gajanan Mishra
0 Altın Yaprak
ମା-1 ମୋ ଆଡକୁ ଆ ତୁ, ଗୋଟିଏ ପାଦ ଆସି ଦେଖ, ମୁଁ ତୋ ଆଡକୁ ଦି ପାଦ ଆଗେଇ ଯାଇଛି। ତୁ ପ୍ରସ୍ତୁତ ରହ, ମୋ ଦିବ୍ୟଶକ୍ତି ଧରିବା ପାଇଁ, ପାଖରେ ଥାଉ ତୋର ନିର୍ମଳ ଏକାଗ୍ରତା, ସ୍ପୃହା ଆଉ ସମର୍ପଣ। ଏକାଠି ରଖ ତୋର ଶରୀର ମନ ପ୍ରାଣ। ଯଦି ମୋର ଜୈତ୍ରବାନା ତୁ ଉଡାଇଲୁ ନାହିଁ ଫର୍ ଫର୍, ତତେ କାହିଁକି ଦେଲି ଜନ୍ମ, କାହିଁକି ମୁଁ ମୋର କାନ୍ତି ଆଉ ଜ୍ୟୋତି କଲି କ୍ଷୀଣ। ଚାରିଦିଗ ଚାରିକୋଣ ତଳ ଉପର ଧରିଛି ମୁଁ ଦେଖ୍। ମୋର ଦଶଗୋଟି ହାତରେ ନିଜେ ମୁଁ ଦୁଃଖ କଷ୍ଟ ଯନ୍ତ୍ରଣା ସହି ତତେ ଫୁଟାଉଛି ଆଗକୁ ଆଗକୁ ଯାଇ ତୁ ମହକାଇବୁ ଉଜ୍ୱଳାଇବୁ ସାରା ଜଗତ। ତୁ ତୋର ଅନ୍ତରବାଣୀ ଶୁଣ୍, ଦେଖିବୁ ଦିବ୍ୟ ଭୁବନର ଆଲୋକ ଆସି ପହଂଚିଯିବ ତୋଠି। ତୋ ପାଖରେ ତୁ ରଖ୍ ସହାଷ୍ଣୁତା କ୍ଷମା ସମବେଦନା ଆଉ ସ୍ୱାର୍ଥତ୍ୟାଗର ଭାବନା। ତୁ ମୋରି ଶରଣରେ ଅଛୁ ଆଉ କାହାକୁ ଭୟ କର ନା, ତୋ ପାଇଁ ଦୁର୍ଲଭ କିଛି ନୁହେଁ ମନେରଖ। ନିଜଠି ଗଭୀର ବିଶ୍ୱାସ ରଖ। ଆ ଉଠି ଆ ମୋ ଆଡକୁ ଆଉ ଦେଖ୍ ମୁଁ ତତେ ନେଇ ପହଂଚୁଛି କେଉଁଠି। ରଜ ସଂଖ୍ୟା ନବଲିପି 2003ରେ ପ୍ରକାଶିତ ମା-2 ମୁଁ ସ୍ତ୍ରୀ ମୁ ପୁଣି ପୁରୁଷ, ମୁ ଅକ୍ଷୟ ଅନନ୍ତ, ମୁଁ ବିବର୍ତନର ବାଟ ଫିଟାଏଁ। ମୁଁ ସୁଶୃଙ୍ଖଳିତ, ଆଳସ୍ୟ ନିଦ୍ରା କାମ କ୍ରୋଧ ହିଂସା ପ୍ରତିଶୋଧକୁ ଲଂଘନ କରାଏଁ। ମୁଁ ପୁଣି କରେଁ ପରିବର୍ତନ, ଘଟାଏଁ ବିସ୍ଫୋରଣ, କରେଁ ଅଗ୍ନି ସୃଷ୍ଟି, ସେଇ ଅଗ୍ନିରୁ ଆଣେ ଉତ୍ତାପ, ସେଇ ଉତ୍ତାପରୁ ହୁଏ ନୂତନ ସୃଷ୍ଟି। ମୋର କ୍ଷୟ ହୁଏ ନା। କ୍ଷୟ ହୁଏ ଆକାର ପ୍ରକାରର, କ୍ଷୟ ହୁଏ ସ୍ଥିତାବସ୍ଥାର। ଯାହା ଯେତେକ ଯେତେବେଳେ ଉଚ୍ଚାରଣ କରେଁ ମୁଁ। ସବୁ ସବୁ ଅନୁଭୂତିସିଦ୍ଧ, ତୁମେ ପାର ନା କଳି କିଛି। ପ୍ରତ୍ୟେକ ପ୍ରକ୍ରିୟାର ପ୍ରତି ମୁହୂର୍ତରେ ଚାଲୁଥାଏ ପ୍ରତି ଶବ୍ଦରେ ପ୍ରତି ବାକ୍ୟରେ ରୀତିନୀତି ସବୁଥିରେ। ତୁମକୁ ଉଦ୍ଧରୁଥାଏଁ ପ୍ରତିଥର। କ୍ଷତି ହୁଏ ନା କାହାର, ତୁମେ ହୋଇଥାଅ ମୋର ଦୃଶ୍ୟରେ ଅଦୃଶ୍ୟରେ ମୋରି ଭିତରେ କ୍ଷୟବୃଦ୍ଧିର ଉର୍ଦ୍ଧ୍ୱରେ, ଅବସ୍ଥାନୁଯାୟୀ ବ୍ୟବସ୍ଥା କରିକରି ମୁଁ ଥାଏଁ ସ୍ଥିର ପୁଣି ସବୁଠାରେ ସତ୍ୟ ସାଧନାରେ ସତ୍ୟାନୁସନ୍ଧାନବେଳେ। ପ୍ରଜାତନ୍ତ୍ର 28/9/2003ପ୍ରକାଶିତ ମା-3 ମୋର ଧର୍ମ ମୁଁ ତୁମକୁ ନୌକାରେ ବସାଇଦେଇ ଛାଡିଦେଲି ସମୁଦ୍ର ଭାତରେ ବୁଦ୍ଧିବିଦ୍ୟା ବଳ ଖଂଜି ଦେଇ ତୁମଠି। ତେଣିକିଯାଅ ଖୁସିମନରେ। ଗଲାବେଳେ ମନେରଖ ସମସ୍ତ କ୍ରିୟାପ୍ରତିକ୍ରିୟାଫଳ ପାଇବ ତୁମେ ହିଁ ଏଇଠି। ଲଗାମଛଡା ଛାଡି ନି ତୁମକୁ, ମୋର ସଂପୂର୍ଣ ନିୟନ୍ତ୍ରଣାଧୀନରେ ତୁମେ। ତୁମ ପବିତ୍ରତା ବଳରେ ତୁମେ ପାଇବ ଦ୍ୱୀପ ଯୋଉଠି ଦୀପଟିଏ ଲଗାଇ ନିଜ ଅସ୍ତିତ୍ୱ ଦେଖିବ, ଯୋଉଠି ସକଳ ଦିବ୍ୟ ପଦାର୍ଥ ଆସିବ ହାତ ପାଆନ୍ତାକୁ ସ୍ୱତଃ, ପୁଣି ସୃଜନ କାର୍ଯ୍ୟ କରିବ, ଅନାୟାସରେ ଅସଂଲଗ୍ନ ରହି। ଚାଲାକିରେ ନଷ୍ଟ କର ନି ନିଜକୁ, ତୁମ ଅବୋଧତାକୁ କରିପାରେଁ କ୍ଷମା ମୁଁ ହିଁ। କିନ୍ତୁ ସାମାନ୍ୟ ଦୁର୍ବୋଧ୍ୟଯାର ବି ଫଳ ପାଇବ ତୁମେ। ପ୍ରତିମୁହୂର୍ତରେ ମୁଁ ତୁମକୁ କରୁଛି ଜନ୍ମ ଅଥଚ ତୁମେ ମରୁଛପ୍ରତିମୂହୂର୍ତରେ ନିଜ ଅପକର୍ମ ଯୋଗୁଁ। ତୁମ ଭିତରେ ସତ୍ କର୍ମ ଜଗାଇ ଲାଗିଛି ତୁମକୁ କରିବାକୁ ଚିରଂଜୀବୀ। ଧ୍ୱନିପ୍ଳତିଧ୍ୱନି ଇଂ ତା 13/10/2002ପ୍ରକାଶିତ

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.