ମା, ନାରୀ Mother, Women
G
0
Altın Yaprak
ମା,
ନାରୀ,
ତୋ ପାଇଁ
ଅଛନ୍ତି ସମସ୍ତେ ଏଠି
ଜୀବନ ଧରି।
ମା,
ଜୀବନର
ମୂଳମଂଜି।
ପ୍ରଥମ ନାରୀ,
ମା।
ଅନ୍ଧାରକୁ ଆଲୁଅରେ
ପରିବର୍ତ୍ତନ କରି
ଦେଖାଏ ତରୀ।
ପରସି ଦିଏ ସବୁ
ସହଜ ସରଳ କରି।
ମାୟାଶକ୍ତି ନାରୀ,
ସଂଜିବନୀ ଦିଏ
ପୁଣି ମାୟାକୁ ଚିରି।
ବିନା ନାରୀରେ
ନୁହଁ ସମ୍ଭବ କିଛି
ନାହିଁ ସ୍ଥିତି କାହାରି।
ଆସ, ଆସ ସମସ୍ତେ,
ଆଜିର ଦିନରେ
ସଭିଏଁ ମିଳି,
କୃତଜ୍ଞତା ଜଣାଇବା
ପାଦଛୁଇଁ ମୁଣ୍ଡିଆ ମାରି।
ଆଉ ମା ଭାଷା ଦି ପଦ
ଶୁଣି ସାର୍ଥକ କରିବା
ସମୟ, ଲଭି ଅମୃତ ବାରି।
Bu şiiri puanla
Henüz puan verilmemiş