ଝିଅ ମୋର My Daughter
G
0
Altın Yaprak
1.
ଝିଅ ମୋର
ତୋ ଠାରୁ ଜାତ ସତ୍ଯ, ମା
ତୁ ସାଧବାଣୀ ସୁଲକ୍ଷଣୀ,
ପାତରଅନ୍ତର ନାହିଁ ତୋଠି।
ସଭା ଉପରେ ଯେପରି ନାହିଁ ସଭା,
ଗଭା ଉପରେ ଯେପରି ନାହିଁ ଗଭା,
ମା ଲୋ, ଝିଅ ମୋର, ସତ୍ଯରେ
ଥିଲେ ତୁ, ଆସେ ନା ପାଖକୁ
ଚନ୍ଦ୍ର ରାହୁ ଦୁଃଖ, ଲାଗିବ ନି
ନାଗବିଷ, ସୁଖ ପାଆନ୍ତି କୁଟୁମ୍ବ ଯାକ।
ସପ୍ତ ପୁରୁଷକୁ ଅହିନର୍କରୁ
ରକ୍ଷା କରିବୁ ତୁ ମା, ବିଟପୀ ହ ନା।
ଧନ ରତ୍ନ ଅନ୍ନବସନର
ହେବ ନି ଅଭାବ ମା, ହେବେ ନି
କେହି ଜ୍ଞାନହୀନ, ସତରେ ଥିବୁ ଯଦି ତୁ।
ଆଗପଛ ବିଚାର କର ମା,
ଧୈର୍ଯ୍ୟ ଧର, ହେବ ନି କିଛି ଉଣା।
ଏକ ବୀଜର ସନ୍ତାନ ତୋର ସୂର୍ଯ୍ୟପରି
ସଚରାଚରରେ ହେବ ଆଉ
କରେଇବୁ ତାକୁ ଜାଜୁଲ୍ୟମାନ ।
ଚଉବର୍ଗ ଫଳ ମିଳେ ତୋ ନିଷ୍ଠାରେ
ତ୍ୟାଗରେ ଦିବାନିଶି ଜଗତଜନଙ୍କୁ।
ଆ ମା, ଥା ସତ୍ଯରେ, ସବୁସିଦ୍ଧି ଦେବୁ ତୁ
ସଭିଙ୍କୁ, ଶାନ୍ତି ଆଉ କ୍ଷମାର ସାଗର ହୋଇ।
ଆତ୍ମା ଭଗତିକୁ ନିର୍ମଳ କରି, ଶୁଦ୍ଧ କରି ଥା
ବାହ୍ୟ ଅନ୍ତର କରୁଣା ନେତ୍ର ଫିଟାଇ ଏଇଠି।
(ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣି ପାଠ କଲାବେଳର ଭାବ)
2.
ବିଅର୍ଥରେ ନିନ୍ଦା କର ନା,
ଛେଦଭେଦରେ ରହ ନା,
ଫିସାଦିରେ ମନ୍ଦ ପାଂଚ ନା,
ବରଂ ଗଳାର ମାଳ କରି ପିନ୍ଧ
ଗାଳି ହାସ୍ୟ ଭର୍ତ୍ସନା।
ନିଷ୍କାମରେ ସେବା ଭଗତିରେ
ଥା, ଥାରେ ନବୀନା
ପାଇବାକୁ ଶ୍ରୀକରୁଣା।
(ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣି ପଢିଲାବେଳେ ରଚିତ)
Bu şiiri puanla
Henüz puan verilmemiş